Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁରରେ ଋଣ ଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

4/09/2019 at 3:45 PM

ସମ୍ବଲପୁର ୪।୯:  ସମ୍ବଲପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ନୂଆବରଙ୍ଗାମାଲ ପଞ୍ଚାୟତ ଖଇରମାଲ ଗାଁର ଚାଷୀ ଆତ୍ମହତ୍ୟା କରିଥିବା ନେଇ ପରିବାରଲୋକ ଅଭିଯୋଗ କରିଛନ୍ତି । ବର୍ଷା ଅଭାବରୁ ଚାଷ କାର୍ଯ୍ୟରେ ବାଧା ଓ ଋଣ ଭାର ସହିନପାରି ସେ ଆତ୍ମହତ୍ୟା କରିଥିବା ପରିବାରଲୋକ କହିଛନ୍ତି । ମୃତ ଚାଷୀ ହେଉଛନ୍ତି ୪୫ ବର୍ଷ ବୟସ୍କ ଅବଧୁତ ପ୍ରଧାନ । ଗତକାଲି ରାତି ୨ଟାରେ ସମ୍ବଲପୁର ସ୍ଥିତ ସିଟିସ୍ପର୍ସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

ଅବଧୁତ ପ୍ରଧାନଙ୍କର ମୋଟ୍ ୪ ଏକର ଜମି ରହିଥିବା ବେଳେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଠିକ୍ ଭାବେ ହୋଇପାରିଲା ନାହିଁ । ମୁଣ୍ଡ ଉପରେ ପ୍ରାୟ ୪ ଲକ୍ଷର ଋଣ ଥିବାରୁ ଅବଧୁତ ଚାପରେ ଥିଲେ ବୋଲି ତାଙ୍କ ପୁଅ ମନୋଜ ଅଭିଯୋଗ କରିଛନ୍ତି।

   Related Posts