Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବାତ୍ୟା ସିନା ଚାଲିଗଲା, ଚାଷୀଙ୍କୁ ଦେଇଗଲା ଅନେକ ଦୁଃଖ: ପାଣିରେ ଲୋଟୁଛି ଧାନ ଓ ପନିପରିବା ଫସଲ

7/12/2021 at 9:57 PM

ଭୁବନେଶ୍ଵର ୦୭।୧୨: ବାତ୍ୟା ଜଓ୍ବାଦ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଧାନ ଓ ପରିବା ଫସଲ ଉଜୁଡି ଯାଇଛି । ଜଳବନ୍ଦୀ ଜମିରେ ଧାନ ବୁଡି ରହିଥିବାରୁ ଚଳିତ ବର୍ଷ ରାଜ୍ୟରେ  ଧାନର ଗୁଣବତ୍ତା କମିଯିବାର ଆଶଙ୍କା ରହିଛି । ଉପକୂଳ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଧାନଫସଲ ବୁଡି ରହିଛି । ବର୍ଷା ଚାଷୀକୁଳର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏବେ ସରକାରୀ ସହାୟତା ହିଁ ଏକମାତ୍ର ଭରସା ।

ବାତ୍ୟା ସିନା ଚାଲିଯାଇଛି ହେଲେ ଚାଷୀଙ୍କୁ ଦେଇଯାଇଛି ଅନେକ ଦୁଃଖ । ପାଣିରେ ଲୋଟୁଛି ଧାନ ପନିପରିବା ଫସଲ । ସ୍ଥିତି ଯାହା ସେଥିରୁ ଦାନାଟିଏ ମିଳିବା କଷ୍ଟ । କାରଣ ବିଲରେ ପାଣି ଛାଡିଲା ବେଳକୁ ଧାନ ସଂପୂର୍ଣ୍ଣ ପଚି ଯାଇଥିବ କିମ୍ବା ଗଜା ହୋଇଯାଇଥିବ । ଯଦି ବି କିଛି ବଞ୍ଚିଗଲା ତାର ମାନ ନିମ୍ନ ଧରଣର ହୋଇଯାଇଥିବ।  ବିଶେଷ କରି  ଉପକୂଳ ଓଡିଶାରୁ ଉତ୍ପାଦିତ ଧାନର କ୍ବାଲିଟି ଠିକ୍ ରହିବନି ।  ପାଣି ବତରା ଧାନର ଏଫଏକ୍ୟୁ ହ୍ରାସ ହୋଇଯିବ । ଫଳରେ ମଣ୍ଡିରେ ଧାନ କଟନି ଛଟନି ଅଧିକ ହେବାର ଆଶଙ୍କା ରହିଛି । ପାଣି ଭିତରୁ ସଂଗ୍ରହ କରାଯାଇଥିବା ଧାନରୁ ଭଲ ଚାଉଳ  ବାହାରିବ ନାହିଁ ।  ଲଗାଣ ବର୍ଷା ଯୋଗୁ ଧାନ ବର୍ଷା ପାଣି ଖାଇଥିବାରୁ ଚାଉଳର ଗୁଣବତ୍ତା କମିଯିବ ବୋଲି ଆକଳନ କରିଛନ୍ତି ଓୟୁଏଟିର ପୁର୍ବତନ କୁଳପତି ତଥା ବିଶିଷ୍ଟ କୃଷି ପାଣିପାଗ ବିଶାରଦ ସୁରେନ୍ଦ୍ରନାଥ ପଶୁପାଳକ।

ଉପକୂଳ ଓଡ଼ିଶାର ଚାଷୀ ସମାନ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି । ଧାର କରଜ କରି କରିଥିବା ଧାନ ଓ ପରିବା ଫସଲତ ଉଜୁଡି ଗଲା । କରଜ କିପରି ସୁଝିବ ।  ସେପଟେ ରାଜସ୍ବମନ୍ତ୍ରୀ କହିଛନ୍ତି ବର୍ଷା ପୂର୍ବରୁ ଚାଷୀଙ୍କୁ ସଚେତନ କରାଯାଇଥିଲା । ତେବେ ଯେଉଁ ଜିଲ୍ଲାର ଚାଷ କ୍ଷତିଗ୍ରସ୍ତ ହୋଇଛି ସେନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଚାଷୀଙ୍କୁ କ୍ଷତିପୁରଣ ଦିଆଯିବାର ବ୍ୟବସ୍ଥା କରାଯିବ। ସେପଟେ ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀମାନେ ବି ଫିଲ୍ଡକୁ ଯାଇ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି । ଉଜୁଡା କ୍ଷେତକୁ ଦେଖି ଲୁହ ଗଡାଉଥିବା ଚାଷୀଙ୍କ ପାଇଁ ଏବେ କେବଳ ସରକାରଙ୍କ ସହାୟତା ହିଁ ଏକମାତ୍ର ଭରସା ।

   Related Posts