Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ ଦିନ ହେଲା ରାସ୍ତାରେ ଚାଷୀଙ୍କ ଧାରଣା, ଧାନ ନଉଠିଲେ ଜାରି ରହିବ ଆନ୍ଦୋଳନ

ବରଗଡ ୧୫।୨: ବରଗଡ଼ ଜିଲ୍ଲା ଡ଼ଭା ଝାରବନ୍ଦ ରାସ୍ତା ର ଡ଼ଭା ବଜାର ଠାରେ ୫ହଜାର ବସ୍ତା ଧାନ ରଖି ଡ଼ଭା ସୋସାଇଟିର ଚାଷୀ ୪ଦିନ ହେଲା କରିଛନ୍ତି ରାସ୍ତାରୋକ ଓ ଆମରଣ ଅନଶନ । ୧୯୧ ଜଣ ଚାଷୀଙ୍କୁ ମିଳିନି ଟୋକାନ । ତେଣୁ ଧାନ ବିକ୍ରି କରି ନ ପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଏହି ବିଷୟରେ ବାରମ୍ବାର ଉପ ଜିଲ୍ଲାପାଳ, ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଧ୍ୟାନ ଦେଲେ ନାହିଁ ତେଣୁ ବାଧ୍ୟ ହୋଇ ଚାଷୀ ଏବେ ରାସ୍ତା ରେ । ଏହାସହ ୭ଜଣ ଆମରଣ ଅନଶନରେ ବସିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ଧାନ ଉଠିବ ନାହିଁ  ସେ ଯାଏଁ ଆମରଣ ଅନଶନରେ ବସିବେ ବୋଲି ଜଣାଇଛନ୍ତି ଏବଂ  ରାସ୍ତାରୋକ ମଧ୍ୟ ହଟିବ ନାହିଁ  । 

ଗତକାଲି ଚାଷୀଙ୍କ ଆମରଣ ଅନଶନ ଓ ରାସ୍ତା ଅବରୋଧ  ସ୍ଥାନକୁ ଝାରବନ୍ଦ ତହସିଲଦାର ପହଞ୍ଚି ଆଲୋଚନା କରିଥିଲେ ହେଲେ ଅଲୋଚନ ବିଫଳ ହୋଇଥିଲା । ଧାନ ଉଠିଲେ ଯାଇ ସେମାନେ ଉଠିବେ ସେହି ଗୋଟିଏ ଦାବି । ତେଣୁ ଧାନ କିଣାବିକା ସମସ୍ୟା ପ୍ରତିବାଦରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି  ।  ଡଭା ସୋସାଇଟି ଅଞ୍ଚଳର ରାଜେନ୍ଦ୍ରପୁର, ବିଜେଢ଼ୋଲ, ଡଭା,  ଛୋଟ ଅନକି, କନ୍ଦାଡଙ୍ଗର, କୁସମଦର୍ହା ଆଦି ଗ୍ରାମର ଶତାଧିକ ଚାଷୀ ରାତି ଦିନ ବସିଛନ୍ତି ରାସ୍ତାରେ । ଚାଷୀର ସମସ୍ୟାର ସମାଧାନ ଟୋକାନ ବ୍ୟବସ୍ଥା କରିବ ବୋଲି ଯେଉଁ ଆଶା କରାଯାଇଥିଲା, ତାହା ଫେଲ୍ ମରିଛି । ଚାଷୀ ପୂର୍ବ ବର୍ଷ ତୁଳନାରେ ଆହୁରି ଅଧିକ ହଇରାଣରେ ପଡିଛି । ଚତୁର ସରକାରୀ ଅଫିସର ଫାଶରେ ପଡିଯାଇଛି ଚାଷୀ । ତେଣୁ ଟୋକେନ ପାଇ ପାରିନି ଏବଂ ଧାନ ଅମଳର ୬୦ ଦିନ ବିତିଗଲା ପରେ ମଧ୍ୟ ବିକି ପାରିନି ଧାନ ।

   Related Posts