ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
4/12/2020 at 10:23 AM

ଜଳେଶ୍ବର୪/୧୨: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ସ୍ଥିତ ବିଶାଖା ଏଗ୍ରୋ ନାମକ ସୋରୁମ ସମ୍ମୁଖରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ। ଧାନ କଟା ହାର୍ଭେଷ୍ଟର ମେସିନ ଫାଇନାନ୍ସ ସୂତ୍ରରେ କିଣିବା ପରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ।ଏପରି କି ଫାଇନାନ୍ସ ଯୋଗାଇଥିବା ଶ୍ରୀରାମ କମ୍ପାନୀ ଏବଂ ଡିଲରର ପରିଚୟ ଦେଇଥିବା ବିଶାଖା ଏଗ୍ରୋ ସୋରୁମ ପକ୍ଷରୁ ନିର୍ଯାତନାର ଶିକାର ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
୨୪ ଲକ୍ଷ ୫୦ ହଜାର ଟଙ୍କାର ମେସିନକୁ ୧୮ ଲକ୍ଷ ୫୦ ହଜାରରେ ବିକ୍ରି କରି ୬ ଲକ୍ଷ ସବସିଡି ମିଳିବାର ପ୍ରତିଶୃତି ଦିଆଯାଇଥିଲା। ଏ ସମ୍ପର୍କରେ ବାରମ୍ବାର ସମ୍ପୃକ୍ତି କମ୍ପାନୀ ନିକଟରେ ପ୍ରତିକାର ପାଇଁ ଦାବି କରାଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଚାଷୀମାନେ ଧାରଣା ଦେଇଥିବା କହିଛନ୍ତି।
ତେବେ ଉକ୍ତ ଘଟଣା ସମ୍ପର୍କରେ ଜିଲ୍ଲାପାଳ,ଏସପିଙ୍କ ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଜଣାଇଥିବା ବେଳେ ଜଳେଶ୍ଵର ତହସିଲଦାର ଘଟଣାସ୍ଥଳକୁ ଯାଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।ହେଲେ କୈାଣସି ସୁଫଳ ମିଳିପାରିନାହିଁ। ତେବେ ଚାଷୀ ମାନଙ୍କର ଏହି ଆନ୍ଦୋଳନକୁ ବିଜେପି ନେତା ସମର୍ଥନ ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।