Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||

ଚାଷୀଙ୍କୁ ବୀମାରାଶି ପ୍ରଦାନ ଦାବି ନେଇ ୧୨ଦିନରେ ପହଞ୍ଚିଲା ଆନ୍ଦୋଳନ

3/11/2019 at 10:13 AM

ସମ୍ବଲପୁର ୩।୧୧: ସମ୍ବଲପୁରରେ ୧୨ଦିନରେ ପହଞ୍ଚିଛି ଚାଷୀଙ୍କ ଆନ୍ଦୋଳନ । ଜିଲ୍ଲା ପ୍ରଶାସନ, କୃଷି ବିଭାଗ ଓ ଘରୋଇ ବୀମା କମ୍ପାନୀ ମଧ୍ୟରେ ସଲାସୁତରା ହୋଇ, ଚାଷୀଙ୍କ ବୀମା ରାଶି ହଡପ୍‌ କରାଯାଇଥିବା ଅଭିଯୋଗ କରାଯାଉଛି ।

ସୂଚନାଯୋଗ୍ୟ ଯେ,  ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ହେଲା ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ କରାଯାଇନାହିଁ। ୨୦୧୭ ମସିହାରେ ଚକଡାପୋକ ଯୋଗୁଁ ଫସଲ ନଷ୍ଟ, ଅଦିନିଆ ବର୍ଷାରେ ଫସଲନଷ୍ଟ ହୋଇଯାଇଥିଳା । ସେହିପରି ୨୦୧୮ ମସିହାରେ ବର୍ଷା ଅଭାବରୁ ମରୁଡି ଜନିତ କ୍ଷୟକ୍ଷତି ପାଇଁ ଚାଷୀ ବୀମାରାଶି ଉପରେ ନିର୍ଭର କରି ଆସିଛନ୍ତି । କିନ୍ତୁ ସେମାନଙ୍କୁ ତିନିବର୍ଷ ହେଲା ଜିଲ୍ଲାପାଳ ବାରମ୍ବାର ଠକି ଆସିଥିବା ଅଭିଯୋଗ ହୋଇଛି। ଫଳରେ ଛାଷୀମାନେ ବାଧ୍ୟ ହୋଇ ୪ଦଫା ଦାବି ପୂରଣ ନେଇ ଗତ ୨୨ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସି ଅହୋରାତ୍ର ଧାରଣା ଦେଇଛନ୍ତି। କିନ୍ତୁ  ୧୨ଦିନ ବିତିଗଲାଣି । ଚାଷୀଙ୍କ ସହ ଆଲୋଚନା କରି  ସମାଧାନର ରାସ୍ତା ବାହାର କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ସମୟ ନାହିଁ ।

ସେପଟେ ଗତକାଲି ଅପରାହ୍ନରେ, ଚାଷୀଙ୍କୁ ଜିଲ୍ଲା ସ୍ତରରୀୟ ଖରିଫ ଧାନକିଣା କମିଟି ବୈଠକକୁ ନିମନ୍ତ୍ରଣ କରାଯିବା କରାଯାଇଥିଲା , କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟ ଫାଟକ ନିକଟରେ ଅଟକାଇ ଦିଆଯାଇଥିଲା । ଏହାକୁ ନେଇ ଚାଷୀ ଓ ପୋଲିସ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

   Related Posts