Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ସମବାୟ ସମିତିରେ ବ୍ୟାପକ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ରାସ୍ତାରେ ଧାନ ବସ୍ତା ରଖି ବସିଲେ ଆନ୍ଦୋଳନରେ

16/01/2021 at 1:18 PM

ନିଶ୍ଚିନ୍ତକୋଇଲି ୧୬।୧: ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ବର ସ୍ଥିତ ଗୋପାଳପୁର ସେବା ସମବାୟ ସମିତିରେ ବ୍ୟାପକ ଅବ୍ୟବସ୍ଥା । ଏହି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ । ଗୋପାଳପୁର ସେବା ସମବାୟ ସମିତି ଆଗରେ ମାହାଙ୍ଗା-କଟିକଟା ରାସ୍ତାରେ ଧାନ ବସ୍ତା ରଖି ବସିଛନ୍ତି ଚାଷୀ ।

ଗୋପାଳପୁର କୃଷି ସେବା ସମବାୟ ସମିତି ଧାନ ମଣ୍ଡିରେ ଧାନ କିଣିବାକୁ କେହି ଅଧିକାରୀ ନଯିବାରୁ ତାତିଲେ ଚାଷୀ ।  କୁରୁଜଙ୍ଗା, ଗୋପାଳପୁର, ଭଦ୍ରେଶ୍ବର ପଞ୍ଚାୟତର ଚାଷୀମାନେ ସକାଳୁ ଧାନ ଆଣି ମଣ୍ଡିରେ ହିନସ୍ଥା ଭୋଗୁଛନ୍ତି । ଧାନ ରଖିବାକୁ ଚାଷୀଙ୍କୁ ମୋବାଇଲରେ ମେସେଜ ଦିଆଯାଇଥିବାବେଳେ ଧାନ କ୍ରୟ ଦାୟିତ୍ବରେ ଥିବା ସମ୍ପାଦକ ଛୁଟିରେ । ପ୍ରତି ବର୍ଷ ଦାୟିତ୍ବରେ ଥିବା ସମବାୟ ସମିତିର ସମ୍ପାଦକ ସ୍ଵାସ୍ଥ୍ୟଗତ ଆଳ ଦେଖାଇ ଯେଉଁଦିନ ଧାନ ମଣ୍ଡିରେ ଧାନ କ୍ରୟ କରିବାକୁ ଦିନ ଧର୍ଯ୍ୟ କରାଯାଏ ଉକ୍ତ ଦିନ ସମ୍ପାଦକ ଛୁଟିରେ ରୁହନ୍ତି । ଫଳରେ ଚାଷୀ ଏଭଳି ‌ହିନସ୍ତା ହେଉଥିବାର  ଅଭିଯୋଗ  ଆଣିଛନ୍ତି । ତୁରନ୍ତ ଯୋଗାଣ ବିଭାଗ ଅଧିକାରୀ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଏହି ସମସ୍ୟା ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।

ସକାଳ ୯ଟାରୁ ଚାଷୀମାନେ ରାସ୍ତାରେ ଧାନ ରଖି ରାସ୍ତା ଅବରୋଧ କରିଥିଲେ ସୁଦ୍ଧା ୫ ଘଣ୍ଟା ଯାଏଁ କେହି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ସେଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ଅଧିକାରୀମାନେ ଅବରୋଧ ସ୍ଥଳକୁ ନ ଆସି ଚାଷୀଙ୍କ ସମସ୍ୟା ସମାଧାନ ନକଲେ ରାସ୍ତା ଅବରୋଧ ଚାଲୁରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

   Related Posts