Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ପ୍ରତିଶୃତି ପାଲଟିଛି ପାଣିର ଗାର, ସାର ସମସ୍ୟା ନେଇ ପୁଣି ରାସ୍ତାରେ ଚାଷୀ

14/09/2020 at 2:34 PM

ଗଞ୍ଜାମ ୧୪।୦୯: ସାର ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଚାଷୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଚାଷୀ ମିଳିପାରୁନି ଆବଶ୍ୟକ ପରିମାଣର ସାର । ଯାହାକୁ ନେଇ ଦିଗପହଣ୍ଡି ଅଞ୍ଚଳର ରଘୁ ନନ୍ଦନ ଟ୍ରେଡର୍ସ ଓ ସେବା ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଚାଷୀ ।

ଖରିଫ ଫସଲ ଧାନ ଚାଷ ପାଇଁ ଚାଷୀ ଠିକ୍‌ ଭାବେ ସାର ପାଇପାରୁନାହାନ୍ତି । ସମବାୟ ସମିତି ଠାରୁ ଆରମ୍ବ କରି ପ୍ରାଇଭେଟ ଡିଲରଙ୍କ ପର୍ଯ୍ୟନ୍ତ ଆବଶ୍ୟକୀୟ ସାର ପାଇପାରୁନାହାନ୍ତି । ଦିଗପହଣ୍ଡି ଅଞ୍ଚଳର ଚାଷୀଙ୍କ ପାଇଁ ହାହାକାର ଓ ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି । ତେବେ ସାର ସମସ୍ୟା ନେଇ ଚାଷୀ କେତେବେଳେ ରାଜରାସ୍ତା ଅବରୋଧ କରୁଛନ୍ତି , ତ କେତେ ବେଳେ ସମବାୟ ସମିତି ଓ ପ୍ରାଇଭେଟ ଡିଲରଙ୍କ ଦୋକାନ ଆଗରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ହଟୁଛି । କିନ୍ତୁ ଉପଯୁକ୍ତ ସାର ପାଇ ପାରୁନାହାନ୍ତି ଚାଷୀ । ସାର ସମସ୍ୟା ନେଇ ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇଛି । ବ୍ରହ୍ମପୁରରୁ ଗଜପତି ଭାୟା ଦିଗପହଣ୍ଡି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

   Related Posts