ଚାରି ଦିନ ହେଲା ରାଜରାସ୍ତାରେ ଚାଷୀ, ହେଲେ ପ୍ରଶାସନର ନିଘା ନାହିଁ

Published By : Prameya-News7 Bureau | January 28, 2022 IST

ପୁରୁଷୋତ୍ତମପୁର ୨୮।୦୧ : ରାଜରାସ୍ତାରେ ଚାଷୀ, ପ୍ରଶାସନର ନିଘା ନାହିଁ । ଚାରିଦିନ ହେଲା  ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ା ବ୍ଲକର ବୁରୁଝରୀ  ନୂଆଗାଁ ପଞ୍ଚାୟତରେ ଚାଲିଛି ଚାଷୀଙ୍କ ଆନ୍ଦୋଳନ ।ରାଜରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଛନ୍ତି ।  

{"id":580396,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବିଭିନ୍ନ ସମସ୍ୟା ଓ ଦାବି ନେଇ ଚାଷୀମାନେ ଗତ ୪ ଦିନ ହେଲା ଆନ୍ଦୋଳନ କରୁଛନ୍ତି । ଭୋକ ଉପାସରେ ଧାରଣା ଦେଉଛନ୍ତି । ଏପିରିକି ଶୀତ ରାତିରେ ମଧ୍ୟ ଧାରଣସ୍ଥଳରେ ବସିରହିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କ ସମସ୍ୟ ବୁଝୁନଥିବା ଅଭିଯୋଗ ହୋଇଛି । ସେପଟେ ଟୋକନ ଅବଧି ଆଜି ସରୁଥିବାର , ଏଯାଏଁ ମିଲର ଧାନ ନେଉନାହିଁ । ଏବେ ଅମଳ ଧାନକୁ ବିକିବା ଚିନ୍ତାରେ ଚାଷୀ ।  

{"id":580397,"sizeSlug":"full","linkDestination":"none"}

ନିଆଁ ବ୍ୟାପିଲା ଭଳି ଚାଷୀ ଆନ୍ଦୋଳନ ବଢିଚାଲିଛି । ସୁମଣ୍ଡଳ, ସାଙ୍କୁଡ଼ା ପଞ୍ଚାୟତରେ ମଧ୍ୟ ଚାଷୀ ଅସନ୍ତୋଷ ଦେଖାଦେଇଛି । ସେହିପରି ପୁରୁଷୋତ୍ତମପୁର ବ୍ଲକ ସମା ଗାଁର ଧାନ ସୋସାଇଟି ଅଫିସ ଆଗରେ ଆନ୍ଦୋଳନ କରୁଥିବା ବେଳେ ପୋଲସର ବ୍ଲକ ଲକ୍ଷଣପଲ୍ଲୀ ଗାଁର ରାସ୍ତାରେ ମଧ୍ୟ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

{"id":580398,"sizeSlug":"full","linkDestination":"none"}

ବାତ୍ୟା ଜଓ୍ୱାବ ପ୍ରଭାବରେ ପାଚିଲା ଧାନରେ ପାଣି ପଶି ନଷ୍ଟ ହୋଇଯାଇଥିବା ବେଳେ ଏବେ ମିଲର ଧାନ ନେଉନି । ଆଉ ଏବେ ଟୋକନ ଅବଧି ସରିଆସିଲାଣି । ଯଦି ପ୍ରଶାସନ ଚାଷୀଙ୍କ ସମସ୍ୟା ନବୁଝେ, ତେବେ ଏହିପରି ଭାବେ ରାସ୍ତାରେ ବସି ରହିବେ ବୋଲି ଚାଷୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.