Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଧାନ ବସ୍ତା ରଖି ୩ଦିନ ହେଲା ରାସ୍ତାରେ ଚାଷୀଙ୍କ ଧାରଣା, ସମସ୍ୟାର ହୋଇପାରୁନି ସମାଧାନ

24/01/2020 at 12:47 PM

ପଦ୍ମପୁର ୨୪।୧: ବରଗଡ଼ ଜିଲ୍ଲା ପଦ୍ମପୁର ବଏସନା ରୋଡ଼ ଲଖମରା ଛକରେ ୫ହଜାର ବସ୍ତା ଧାନ ରଖି ୩ ଦିନ ହେଲା ରାସ୍ତା ରୋକ କରିଛନ୍ତି ଚାଷୀ । ଶୀତ କାକରରେ ରାତି ତମାମ ରାସ୍ତାରେ ଶୋଇଛନ୍ତି ହେଲେ କେହି ଅଧିକାରୀ ସମସ୍ୟାର ସମାଧାନ କରି ପାରୁନାହାନ୍ତି । ଗତକାଲି ପଦ୍ମପୁର ଉପ ଜିଲ୍ଲାପାଳ ଆସି ସମାଧାନ ହୋଇଯିବ କହିଲେ ଓ ଧାନ ବିକ୍ରି ହେବ କହି ଚାଲି ଗଲେ ଯେ ତାଙ୍କର ଆଉ ଦେଖାନାହିଁ । ଏପଟେ ରାସ୍ତାରେ ଶହ ଶହ ଯାନ ବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି ।

ଲାଖମରା ସୋସାଇଟିର ପାଖା ପାଖି ୩୦୮ଜଣ ଚାଷୀର ହୋଇନି ଧାନ ବିକ୍ରି କାର୍ଡ । ଯେଉଁଥି ପାଇଁ ସେମାନ ଧାନ ବିକ୍ରି କରି ପାରିନାହାନ୍ତି । ସେମାନେ ୩ ଦିନ ପୂର୍ବରୁ ରାସ୍ତାରୋକ କରିଥିଲେ । ପ୍ରତିଶ୍ରୁତି ପାଇବାପରେ ଗୋଟିଏ ପାଖ ରାସ୍ତା ଖୋଲା କରିଥିଲେ ଏବଂ ଯିବା ଆସିବା ସାମାନ୍ୟ ହୋଇଥିଲା । ହେଲେ ଆଜି ଯାଏଁ ତାଙ୍କର ଟୋକାନର ବ୍ୟବସ୍ଥା କରାଯାଇ ନଥିବାରୁ ପୁଣି ସେମାନେ  ରାସ୍ତାରୋକ କରିଛନ୍ତି । ସେମାନେ ଏହା ପୂର୍ବରୁ ମଧ୍ୟ ପଦ୍ମପୁର ଉପ ଜିଲ୍ଲାପାଳ ଓ ବରଗଡ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ବାବଦରେ ବାରମ୍ବାର ଜଣାଇଥିଲେ ହେଲେ କେହି ଏହି ସମସ୍ୟା ପ୍ରତି ଧ୍ୟାନ ନ ଦେବାରୁ ବାଧ୍ୟହୋଇ ସେମାନେ ଏହି ରାସ୍ତା ଆପଣାଇଛନ୍ତି । ତାଙ୍କର ଦାବି ପୂରଣ ନହେବା ଯାଏଁ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି କହୁଛନ୍ତି ।

   Related Posts