ତାତିଲେ ଚାଷୀ : ବାରମ୍ବାର ଗୁହାରି ପରେ ବି ଶୁଣିଲେନି, ଯୋଗାଣ ଅଫିସରେ ତାଲା ପକାଇଲେ

Published By : Prameya-News7 Bureau | February 24, 2021 IST

କେନ୍ଦୁଝର ୨୪।୦୨: ଧାନ ବିକିବାକୁ ଚାଷୀ ହନ୍ତସନ୍ତ । ଯାହାଫଳରେ କି ତାତିଲେ ଚାଷୀ । ଧାନ ବିକି ନପାରି ସଦର ଲ୍ୟାମ୍ପର ଶତାଧିକ ଚାଷୀ କେନ୍ଦୁଝର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ । ପ୍ରଶାସନ ଧାନ ନକିଣିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ତାଲା ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।   

{"id":413982,"sizeSlug":"large","linkDestination":"none"}

ସଦର ଲ୍ୟାମ୍ପରେ ଧାନ ବିକିବାକୁ ଚାଷି ଟୋକନ୍ ପାଇଛି । ଧାନ ବସ୍ତା ଆଣି ଲ୍ୟାମ୍ପ ଆଗରେ ଦିନ ଦିନ ଧରି ଥଣ୍ଡା କାକରରେ ପଡିଛନ୍ତି । ହେଲେ ତାଙ୍କର ଧାନ କିଣା ଯାଉ ନାହିଁ ଓ ଟୋକନର ଅବଧି ସରିଯାଉଛି । ହତାଶ ଚାଷୀ ପ୍ରଶାସନକୁ ବାରମ୍ବାର ଗୁହାରି କରି ହତାଶ ହୋଇଛନ୍ତି । ଶେଷରେ ଆଜି ଯୋଗାଣ ଅଧିକାରୀଙ୍କୁ ପୁଣି ଥରେ ନିଜ ଦୁଃଖ ଜଣାଇବାକୁ ଆସିଥିଲେ । ହେଲେ ଯୋଗାଣ ଅଧିକାରୀ ଛୁଟିରେ ଥିବା ଜାଣି ଚାଷି ମାନେ ବାଧ୍ୟ ହୋଇ ଅଫିସରେ ତାଲା ପକାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.