Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପ୍ରତିଶୃତି ପୂରଣ କଲାନି ପ୍ରଶାସନ, ୨ଦିନ ହେଲା ରାଜରାସ୍ତାରେ ଅନ୍ନଦାତା

24/02/2021 at 11:51 AM

ଝାରସୁଗୁଡ଼ା ୨୪।୦୨: ଧାନ କିଣାକୁ ନେଇ ଲାଗି ରହିଛି ଅନିଶ୍ଚିତତାକୁ ।  ମାସେ ପରେ ଛତିଶଗଡ଼ ସୀମା କନକତୋରାରେ ପୁଣି ଚାଷୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଦ୍ଵିତୀୟ ଦିନରେ ଆଜି ଅବରୋଧ ହୋଇଛି । ଅଟକ ରହିଛି ଅନେକ ଗାଡ଼ି ।

ଧାନ ସମସ୍ୟା ନେଇ ଗତକାଲିଠାରୁ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ଛତିଶଗଡ-ଓଡିଶା ମଧ୍ୟରେ ଗାଡି ଚଳାଚଳ ଠପ୍‌ ରହିଛି । ୩ ଟି ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କ ସହ ଆଲୋଚନା ବିଫଳ ହେବାରୁ ଆନ୍ଦୋଳନ ଜାରୀ ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଶିବ ଟପ୍ପୋ, ବ୍ରଜରାଜନଗର ଏସ୍ଡିପିଓ ଦିଲୀପ ଦାସଙ୍କ ସହ ସମବାୟ ନିବନ୍ଧକ, ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀଙ୍କ ସହ ଆଲୋଚନା କରି ଧାନ କିଣା ପ୍ରକ୍ରିୟା ବନ୍ଦ ହୋଇ ନଥିବାରୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ଚାଷୀ ଧାନ ନ ଉଠିବା ପର୍ଯ୍ୟନ୍ତ ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ ।

୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ପୋଲିସ ଆନ୍ଦୋଳନରତ ଚାଷୀଙ୍କୁ ରାସ୍ତାର ଗୋଟିଏ ପାର୍ଶ୍ବରେ ବସାଇ ଗମନାଗମନକୁ ସ୍ୱାଭାବିକ କରାଇଛି । ଅତାବିରା ସମବାୟ ସମିତି ,ରେମତା ସମବାୟ ସମିତି ଓ କନକତୋରା ସମବାୟ ସମିତି ଅଧିନସ୍ଥ ୬ଟି ପଞ୍ଚାୟତର ପ୍ରାୟ ଶତାଧିକ ଚାଷୀଙ୍କ ଧାନ କିଣାକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି।

ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ଟୋକାନ ମିଳି ନଥିବା ଓ ଜିଲ୍ଲାରେ ଟାର୍ଗେଟର ଅଭାବ କାରଣରୁ ଧାନ ବିକ୍ରି କରି ପାରୁନାହାନ୍ତି ଚାଷୀ। ଗତମାସ ୨୫ ତାରିଖରେ ଅତାବିରା ସମବାୟ ସମିତିର ଚାଷୀ ପ୍ରାୟ ୩୬ ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକରୁ ହଟିଥିଲେ ଚାଷୀ । କିନ୍ତୁ କୌଣସି ସୁଫଳ ନମିଳିବାରୁ ୪ଦିନ ତଳେ ଜିଲ୍ଲା ପ୍ରଶାସନକୁ ଭେଟି ଆନ୍ଦୋଳନ ପାଇଁ ଧମକ ଦେଇଥିଲେ ଚାଷୀ।

   Related Posts