ପାଣି ଅଭାବରୁ ଚାଷ କାମ ବାଧାପ୍ରାପ୍ତ, ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

Published By : Prameya-News7 Bureau | July 31, 2020 IST

ଜଗତସିଂହପୁର ୩୧।୭: ଧାନ ଜମିରେ ପାଣିର ଅଭାବ ଯୋଗୁଁ ଚାଷ କାମ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ମରୁଡି ଦେଖାଦେଇଛି । ଏପରିକି ଚାଷୀମାନେ କେନାଲ ପାଣି ପାଇଁ ଜଳସେଚନ ବିଭାଗକୁ ବାରମ୍ବାର ଦୌଡି ନିରାଶ ହେବା ପରେ ବାଲିକୁଦା ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବାଲିକୁଦା ବ୍ଲକର ୧୬-କ କେନାଲ ଅଞ୍ଚଳର ଚାଷୀମାନେ ଜିଲ୍ଲା ପରିଷଦ ସଭ୍ୟ ମହନୀ ରାଉତଙ୍କ ନେତୃକ୍ବରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

{"id":308207,"sizeSlug":"large"}

ଏହା ପୂର୍ବରୁ ଚାଷୀମାନେ ଗତ ଜୁଲାଇ ୨୭ ତାରିଖରେ ଧାରଣା ଦେଇଥିବା ବେଳେ ଆଜି ଦ୍ବିତୀୟ ଥର ପାଇଁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ । କେନାଲ ପାଣି ଯୋଗାଣକୁ ନେଇ ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଦୁଇ ଦିନ ଭିତରେ କେନାଲ ପାଣି ଯୋଗାଇ ଦିଆଯିବ  ବୋଲି  ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ବିକ୍ଷୋଭରୁ ଓହରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.