Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ରାଇସ୍ ମିଲ୍‌କୁ ଦୌଡି ଦୌଡି ଚାଷୀ ନୟାନ୍ତ:​​‌ ବକେୟା ଟଙ୍କା ନ ମିଳିଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ

11/11/2020 at 6:19 PM

ଚଣ୍ଡିଖୋଲ୧୧/୧୧: ମା’ ଭାଗବତୀ ରାଇସ୍‌ ମିଲ୍‌ ସମ୍ମୁଖରେ ଚାଷୀଙ୍କ ଧାରଣା। ଧାନ ବିକ୍ରି କରି ନିଜ ପାରିଶ୍ରମିକ ଗଣ୍ଡାକ ପାଇଁ ଚାତକ ଭଳି ଚାହିଁ ବସିଥାଏ। ହେଲେ ଧାନ କିଣି ସାରିବା ପରେ ମିଲ୍‌ ମାଲିକ ଛୁ ମାରିଛନ୍ତି। ଯାଜପୁର ଜିଲ୍ଲା ବଡଚଣା ବ୍ଲଗର ସମିଆଁ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଏହି ମିଲ୍‌ ଧାନ ବିକ୍ରି କରିଥିଲେ ଚାଷୀ।  ମିଲ ମାଲିକଙ୍କ ପାଖରେ ଟଙ୍କା ନଥିବାରୁ ସେ ଚେକ୍‌ ଦେଇଥିଲେ। ଚାଷୀ ବ୍ୟାଙ୍କରେ ଚେକ୍ ଡିପୋଜିଟ୍ କରିଥିଲେ। ହେଲେ ଆଶ୍ଚର୍ଯ୍ୟକର କଥା ହେଲା, ମାଲିକଙ୍କ ଆକାଉଣ୍ଟରେ ଟଙ୍କା ନାହିଁ। ବ୍ୟାଙ୍କରୁ ଚାଷୀ ଖାଲି ହାତରେ ଫେରିଥିଲେ।  ମିଲ୍‌କୁ ଦୌଡି ଦୌଡି ଚାଷୀ ନୟାନ୍ତ ହୋଇସାରିଲେଣି।

ହେଲେ ସେମାନେ ଧାନ ବାବଦକୁ ସେମାନଙ୍କ ପାରିଶ୍ରମିକ ପାଇ ନାହାନ୍ତି। ଦୀର୍ଘ ୧୫ ଦିନ ହେଲା ଚାଷୀଙ୍କୁ ଭୂତେଇ ଚାଲିଛନ୍ତି ମିଲ୍ ମାଲିକ। ଏ ନେଇ ଚାଷୀମାନେ ବରୀ ଥାନା ସମେତ ସ୍ଥାନୀୟ ବିଧାୟକଙ୍କୁ ଜଣାଇଛନ୍ତି। ଯଦି ନିଜ ପାରିଶ୍ରମିକ ନ ପାଆନ୍ତି, ତେବେ ଆତ୍ମହୃତି ଦେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

   Related Posts