ତାତିଲେ ଚାଷୀ : ରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ, ଦାବି ପୂରଣ ନହେବା ଯାଏଁ ବିକ୍ଷୋଭ ଜାରି ରହିବ

Published By : Prameya-News7 Bureau | June 29, 2020 IST

ବରଗଡ ୨୯।୦୬: ଧାନବସ୍ତା ରଖି ଚାଷୀଙ୍କ ପ୍ରତିବାଦ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିକ୍ରି ନହୋଇଥିବା ଧାନ ବସ୍ତା ଗଦା କରି ଆନ୍ଦୋଳନ କରୁଛନ୍ତି ଚାଷୀ ।

{"id":293183,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେଲା ବିକ୍ରି ନହୋଇ ମଣ୍ଡିରେ ପଡି ରହିଛି ଶହ ଶହ ଧାନବସ୍ତା । ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କେହି ଶୁଣିନଥିଲେ , ଶେଷରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛି ଚାଷୀ । ଯିଏ ସାରାଦେଶର ଲୋକଙ୍କ ଅନ୍ନଦାନ କରୁଛି, ସେ ଏବେ ରାସ୍ତାରେ ନିଜର ହକ୍‌ ପାଇଁ ଲଢେଇ କରୁଛି । ବରଗଡ଼ ଜିଲ୍ଲା ଭେଡେନ୍‌ ଅଞ୍ଚଳର ହଜାର ହଜାର ଚାଷୀଙ୍କ ପକ୍ଷରୁ ବିକ୍ଷୋଭ ଓ ଆନ୍ଦୋଳନ କରାଯାଉଛି ।

{"id":293184,"sizeSlug":"large"}

ବରଗଡ଼ ଜିଲ୍ଲା ରେ ବର୍ତ୍ତମନ ପର୍ଯ୍ୟନ୍ତ ପ୍ରାୟ ୪ ହଜାର ଚାଷୀ ରବି ଋତୁ ରେ ୩ ଲକ୍ଷ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିବାରୁ ବଂଚିତ ହୋଇଛନ୍ତି ।ସରକାରୀ ତଥ୍ୟ ଅନୁଯାୟୀ ୧୪୨୨ ଜଣଙ୍କୁ ଟୋକନ ମିଳିନଥିବାରୁ ଏ ସମସ୍ୟା ଦେଖିବାକୁ ମିଳିଛି । ତେବେ ଧାନ କିଣା ବିକା ପ୍ରକ୍ରିୟା ରେ ବିଳମ୍ବ ଯୋଗୁଁ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ନ ଶୁଣିବାରୁ ବା ଧାନ ବିକ୍ରୀ ନ ହେବାରୁ ଉଭୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭେଡେନ ବ୍ଲକ ର ରେଶମ , ପ୍ରଧାନ ପାଲି ଓ ସାଲେପାଲି ଅଂଚଳର ଶତାଧିକ ଚାଷୀ ଅଫିସ ଆଗରେ ଧାନ ପକାଇ ଆନ୍ଦୋଳନ ଜାରି ରଖିଛନ୍ତି । ଧାନ ନ କିଣିବା ପର୍ଯ୍ୟନ୍ତ ଚାଷୀ ମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ ଧରିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.