Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଲେ ଚାଷୀ: ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଶାଢ଼ୀ-ଚୁଡ଼ି ଦେଇ ଜଣାଇଲେ ନିଜର ସମସ୍ୟା

12/01/2021 at 4:33 PM

ବଲାଙ୍ଗୀର୧୨/୧: ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଲେ ଚାଷୀ। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଶାଢ଼ୀ ଓ ଚୁଡି ପ୍ରଦାନ କରି ଚାଷୀମାନେ ନିଜର ପ୍ରତିବାଦ ଜଣାଇଛନ୍ତି। ଚାଷୀମାନଙ୍କ ପ୍ରତିବାଦରେ ଜିଲ୍ଲା ଯୋଗାଣ ଅଧିକାରୀ ନାକେଦମ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ଲୋଇସିଂହା ଓ ଆଗଲପୁର ଚାଷୀ ଧାନ କିଣାକୁ ନେଇ ଅଭିଯୋଗ କରିଥିଲେ। ପାଟଣାଗଡରୁ ଜଣେ ଚାଷୀ ଧାନ କିଣା ବିକା ପାଇଁ ସରକାରୀ ଅଧିକାରୀମାନେ କୌଣସି ପ୍ରକାର କାର୍ଯ୍ୟ କରୁନଥିବା ବେଳେ ବାରମ୍ବାର ତାଙ୍କୁ ଅଭିଯୋଗ କରି ମଧ୍ୟ ନିରାଶ ହୋଇଥିଲେ।

ଶେଷରେ ତାଙ୍କ ଅସନ୍ତୋଷ ଏତେ ବଢିଥିଲା ଯେ, ସେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଶାଢି ଓ ଚୁଡି ଦେଇ ପ୍ରତିବାଦ ଜଣାଇଥିଲେ। ଯଦି ସରକାରୀ ଅଧିକାରୀ କାମ କରୁ ନାହାନ୍ତି, ତାହେଲେ କାହିଁକି କିଛି କରିବେ ଶାଢି ଓ ଚୁଡି ପିନ୍ଧି ଘରେ ବସନ୍ତୁ ବୋଲି ପ୍ରତିବାଦ କରି ଅଭିଯୋଗ ଜଣାଇଥିଲେ ଯୁବକ।

   Related Posts