Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଟୋକନ ପାଇବା ପରେ ବି ଚାଷୀ ହତାଶ: ମଣ୍ଡି ଖୋଲିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

22/02/2021 at 8:07 PM

ଅନୁଗୋଳ୨୨/୨: ଟୋକନ ଧରି ହନ୍ତସନ୍ତ ହେଉଛନ୍ତି ଚାଷୀ। ପୁଣିଥରେ ଧାନ ମଣ୍ଡି ଖୋଲିବାକୁ ଅନୁଗୋଳ ଜିଲ୍ଲା ଦୁର୍ଗାପୁର ପଞ୍ଚାୟତ ସମିତିର ଚାଷୀମାନେ ଦାବି କରିଛନ୍ତି। ଧାନ କିଣିବା ଲାଗି ୧୭୯ ଜଣ ଚାଷୀ ଟୋକନ ପାଇଛନ୍ତି। ହେଲେ ଧାନ ବିକ୍ରି କରି ପାରି ନାହାନ୍ତି ଚାଷୀ।

ଏ ନେଇ ଦୁର୍ଗାପୁର ପଞ୍ଚାୟତ ସମିତିର ଚାଷୀମାନେ ଅନୁଗୋଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ଗତ ୧୦ ତାରିଖରୁ ମଣ୍ଡିରେ ଧାନ କିଣା ବନ୍ଦ କରି ଦେଇଥିଲେ। ଯାହାଫଳରେ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜିଲ୍ଲାପାଳ ମହୋଦୟ ଦାବିପ୍ରତି ବିଚାର କରି କିଛିଦିନ ମଣ୍ଡି ଖୋଲିବାକୁ ଚାଷୀମାନେ ଦାବି କରିଛନ୍ତି। ଫଳରେ ଟୋକନ ପାଇଥିବା ଚାଷୀଙ୍କ ଧାନ ବିକ୍ରି ହୋଇପାରିବ। ଦାବି ପୂରଣ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

   Related Posts