୪୦ ଦିନରେ କୃଷକଙ୍କ ଆନ୍ଦୋଳନ, ଆଜି ପୁଣି କେନ୍ଦ୍ର ସରକାରଙ୍କ ସହ ଆଲୋଚନା

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୦୪।୦୧: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌କୁ ନେଇ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି । ଏସବୁ ଭିତରେ ସୋମବାର ଦିନ କେନ୍ଦ୍ର ସରକାର  ଓ କୃଷକ ସଂଗଠନ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଏହା ୭ ମ ଥର ପାଇଁ ବୈଠକ ବସିବ । ଏହାପୂର୍ବରୁ ୩୦ଡିସେମ୍ବରରେ କୃଷକ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ସହ ବୈଠକ ବସିଥିଲା । ଏହି ବୈଠକରେ କୃଷକମାନଙ୍କ କିଛି ଦାବିକୁ ସରକାର ମାନି ନେଇଥିବା ଜଣାପଡିଥିଲା । ଉଭୟ ପକ୍ଷ ମଧ୍ୟରେ ବିଜୁଳି ବିଲ୍ ଉପରେ ଆଲୋଚନା ହୋଇଥିଲା । ତେବେ ପ୍ରସଙ୍ଗ ଭିତ୍ତିକ ସହମତି ହୋଇଥିବା ସୂଚନା ରହିଛି  । କିନ୍ତୁ ଏମଏସପିକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଏବେ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ପରବର୍ତ୍ତୀ ଆଲୋଚନା ହେବ ।

କୃଷି ଆଇନ୍‌କୁ ବିରୋଧ କରି କୃଷକ ସଂଗଠନମାନେ ଦୀର୍ଘଦିନ ହେବ ଆନ୍ଦୋଳନା ଜାରି ରଖିଛନ୍ତି । କିନ୍ତୁ ଏବେ ଗତ କିଛି ଦିନ ହେଲା ଆନ୍ଦୋଳ ଆହୁରି ଜୋରଦାର ହୋଇଛି । କୃଷକଙ୍କ ୨ଟି ପ୍ରମୁଖ ଦାବି ରହିଛି ।  ପ୍ରଥମ ଟି ହେଉଛି- ୩ଟି ନୂତନ ଆଇନକୁ ଶେଷ କରିବା ଏବଂ ୨ୟ ଏମ୍‌ଏସ୍‌ପି ମୁଲ୍ୟକୁ ଆଇନ୍‌ର ମାନ୍ୟତା ଦିଆଯିବ । କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ୨ଟି ମାମଲାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେବେ କୃଷକ ସଂଗଠନ ସହିତ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି । ତେଣୁ ଆଜିର ବୈଠକରେ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।

ତେବେ ଏହାପୂର୍ବରୁ ଚାଷୀ ସଂଗଠନମାନେ କହିସାରିଛନ୍ତି ଯେ, ଯଦି ସରକାରଙ୍କ ସହ ସୋମବାର ଦିନ ହେବାକୁ ଥିବା ବୈଠକରେ କିଛି ନିଷ୍କର୍ସ ନବାହାରେ ଷ ତେବେ ଆଗାମୀ ଦିନରେ ହରିୟାଣାରେ ପେଟ୍ରୋଲ ପମ୍ପ ଓ ମଲ ବନ୍ଦ କରିବା ଲାଗି ଆହ୍ୱାନ ଦିଆଯିବ । ଏପିରିକି ଚାଷୀମାନେ ଜାନୁଆରୀ ୨୬ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡେ ଲାଗି ରାଜଧାନୀରେ ପ୍ରବେଶ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.