ଚାଷ ଜମିକୁ ଜଳସେଚନ ଦାବିରେ ସୁବର୍ଣ୍ଣପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ

Published By : Prameya-News7 Bureau | October 06, 2018 IST

ସୁବର୍ଣ୍ଣପୁର ୬|୧୦:  ଚାଷ ଜମିକୁ ଜଳସେଚନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସୁବର୍ଣ୍ଣପୁରର ଚାଷୀ । ବୀରମହରାଜପୁର-ସୋନପୁର ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ । ସୁବର୍ଣ୍ଣପୁର ଭୁଦୋବର ଅଞ୍ଚଳରେ ମରୁଡି ଆଶଙ୍କା ଦେଖାଦେଇଛି । ତେଣୁ ହରିହର ଜୋର କେନାଲ ପ୍ରକଳ୍ପରୁ ପାଣି ଯୋଗେଇବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି । ରାସ୍ତା ଅବରୋଧ ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.