Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଦିଲ୍ଲୀ-ୟୁପି ସୀମାରେ ବଢୁଛି ଚାଷୀଙ୍କ ଗତିବିଧି, ଜୋରଦାର ହେବ ଆନ୍ଦୋଳନ

25/06/2021 at 3:12 PM

ନୂଆଦିଲ୍ଲୀ ୨୫।୬: କରୋନା ଦ୍ୱିତୀୟ ଲହର ଦିଲ୍ଲୀରେ ଥମି ଆସୁଥିବା ବେଳେ ୩ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜୋରଦାର ହେବ ବୋଲି ଅନୁମାନ କରାଗଲାଣି। ଗୁରୁବାର ରାତିରୁ ଦିଲ୍ଲୀର ବିଭିନ୍ନ ସୀମାକୁ ଟ୍ରାକ୍ଟର ଧାଡ଼ି ବାନ୍ଧିଥିବା ବେଳେ ଶୁକ୍ରବାର ସକାଳେ ଟ୍ରାକ୍ଟର ପରେଡ କରିଛନ୍ତି। କୃଷି ଆଇନ ବିରୋଧରେ ଚାଷୀ ପୁଣି ହୁଁକାର ଦେଉଥିବା ବେଳେ ଏଥର ଆଇନକୁ ନିଷ୍ପ୍ରଭାବି କରି ଘରକୁ ଫେରିବେ ବୋଲି ପଣ କରୁଛନ୍ତି। ଏଥିରୁ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାଷୀଙ୍କ ଚାପ ବଢ଼ିବ ବୋଲି ଏକ ପ୍ରକାର ନିଶ୍ଚିତ ଲାଗିଲାଣି।

ଗାଜିପୁର ବର୍ଡରରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଚାଷୀ ମାସର ୨୬ ତାରିଖକୁ କେବେବି ଭୁଲିବେନି ବୋଲି କହିଛନ୍ତି। ସବୁମାସରେ ୨୬ ତାରିଖ ଆସିବ ଓ ଚାଷୀ ରାଜଧାନୀ ସୀମାକୁ ଆସି ଟ୍ରାକ୍ଟର ରିହର୍ସେଲ କରିବେ ବୋଲି ସେ କହିଛନ୍ତି। ଏବେ ଚାଷୀ ଆଉ ଦିଲ୍ଲୀକୁ ଛାଡିଯିବେନି ବୋଲି ମଧ୍ୟ ସେ କହିଦେଇଛନ୍ତି। ଯେଉଁପର୍ଯ୍ୟନ୍ତ ସରକାର କୃଷି ଆଇନ ରଦ୍ଦ ନ କରିଛନ୍ତି ଏ ଏମଏସପି ଲାଗି ସ୍ୱତନ୍ତ୍ର ଆଇନ ନ ଆଣିଛନ୍ତି ସେ ପର୍ଯ୍ୟନ୍ତ ଚାଷୀ ଦିଲ୍ଲୀ ସୀମାକୁ ଜଗି ବସିବେ ବୋଲି ସେ ସଫାସଫା ଶୁଣେଇ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟଯେ ବିକେୟୁ ନେତା ରାକେଶ ଟିକାୟତଙ୍କ ନେତୃତ୍ୱରେ ଗତ ୮ ମାସ ହେଲା ଗାଜିପୁର ବର୍ଡରରେ ଚାଷୀଙ୍କ ଆନ୍ଦୋଳନ ଚାଲିଛି। ଟିକାୟତଙ୍କ ଦେଖାଦେଖି ପଞ୍ଜାବ ଓ ହରିୟାଣାର ଚାଷୀମାନେ ଅନ୍ୟ ସୀମା ସବୁ ଦଖଲ କରି ରଖିଛନ୍ତି। ସରକାର ଚାଷୀଙ୍କ ସହ ଆଲୋଚନା ଲାଗି ପ୍ରସ୍ତୁତ ବୋଲି କହୁଛନ୍ତି ହେଲେ ଗତ ୮ ମାସରେ ଚାଷୀଙ୍କ ସହ ଆଲୋଚନା ଦୂରର କଥା ଏ ବାବଦରେ ସେମାନଙ୍କ ସହ  ସମ୍ପର୍କ ମଧ୍ୟ କରୁ ନାହନ୍ତି।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଚାଷୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ହେଲେ ଆଇନ ମଧ୍ୟରେ ଯାହା କିଛି ଆଲୋଚନା ହେବ ବୋଲି କହିଥିଲେ। ତେବେ କୃଷିମନ୍ତ୍ରୀଙ୍କ କଥା କେବଳ କଥାରେ ରହିଛି । ଆଇନ ରଦ୍ଦ ନ ହେଲେ ଚାଷୀ ଦିଲ୍ଲୀ ସୀମା ଛାଡିବେନି ବୋଲି ଜିଦ ଧରି ବସିଛନ୍ତି। ସେପଟେ ଆନ୍ଦୋଳନ ଉତ୍ତରପ୍ରଦେଶ ପଞ୍ଚାୟ ନିର୍ବାଚନରେ କାମ ଦେଖାଇଦେଇଛି। ଆଗକୁ ବିଧାନସଭା ନିର୍ବାଚନ। ଏଣୁ ପଞ୍ଜାବ ଓ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରକାରଙ୍କ ଉପରେ ଚାଷୀ ଚାପ ବଢାଇବାରେ ଲାଗିଛନ୍ତି।

   Related Posts