Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଜିରୋରୁ ହିରୋ : ଦିନେ ଥିଲେ ସେ ଦାଦନ, କିନ୍ତୁ ଏବେ ସଫଳ ଚାଷୀ

3/08/2020 at 12:20 PM

ଭଦ୍ରକ ୦୩।୦୮ : ଦିନଥିଲା ରାଜ୍ୟ ବାହାରେ କାମ କରୁଥିଲେ , କିନ୍ତୁ ଭଦ୍ରକ ସେ ଜଣେ ସଫଳ ଚାଷୀ । ଗୋପାଳନ , ମାଛ ଚାଷ ପାଇଁ ଏବେ ସେ ଚର୍ଚ୍ଚାରେ । ରାଜ୍ୟ ବାହାରୁ ଫେରି ସରକାରୀ ସହାୟତାରେ ଗୋଟିଏ ଗାଈ କିଣିଥିଲେ , କିନ୍ତୁ ଏବେ ୨୦ରୁ ଅଧିକ ଗାଈ ସହ କ୍ଷୀର , ପନିର ବ୍ୟବସାୟ କରୁଛନ୍ତି । ଏହାସହ ମାଛ ଚାଷ ମଧ୍ୟ କରୁଛନ୍ତି । ସ୍ଥାନୀୟ ପ୍ରାଣୀଧନ ନିରିକ୍ଷକଙ୍କ ସହଯୋଗରେ କୃତିମ ପ୍ରଜନନ ମଧ୍ୟ କରାଉଛନ୍ତି । ତେବେ ଆସନ୍ତୁ ଜାଣିବା ଭଦ୍ରକରୁ ଏମିତି ଜଣେ ଚାଷୀ ଯିଏ ଜିରୋରୁ ହିରୋ ପାଲଟିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଓଡଙ୍ଗ ପଞ୍ଚାୟତର ଅକ୍ଷୟ ଦାସ । ସେ ପୂର୍ବରୁ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କିନ୍ତୁ  ଏବେ ସେ ଜଣେ ସଫଳ ଚାଷୀ ପାଲଟିଛନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ କରିଛନ୍ତି ଅକ୍ଷୟ । ରାଜ୍ୟ ସରକାରଙ୍କ ମୂର୍ତ୍ତିକା ସଂରକ୍ଷଣ ବିଭାଗ ତରଫରୁ ସ୍ୱଳ୍ପ ବୃଷ୍ଥିପାତ ଅଞ୍ଚଳର ବିକାଶ ପାଇଁ ଏକ ଯୋଜନାରେ ୫୦ ଭାଗ ସବ୍‌ସିଡରେ ଏକ ଗାଈ ଆଣିଥିଲେ ଅକ୍ଷୟ । ଓଡଙ୍ଗ ପଞ୍ଚାୟତରେ ଏହି ଯୋଜନାରେ ସମୁଦାୟ ୪୨ ଜଣଙ୍କୁ ଗାଈ ଯୋଗାଇ ଦିଆଯାଇଥିଲା ।

କିନ୍ତୁ ଅକ୍ଷୟ ଗୋଟିଏ ଗାଈରୁ ବ୍ୟବସାୟ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦ ରୁ ଅଧିକ ସଂଖ୍ୟକ ଗୋରୁର ମାଲିକ ହୋଇସାରିଛନ୍ତି । ପ୍ରତି ଦିନ ପ୍ରାୟ ୫୦ ଲିଟରରୁ ଅଧିକ କ୍ଷୀର ଉତ୍ପାଦନ କରୁଛନ୍ତି । କ୍ଷୀରର ଚାହିଦା କମ ଥିଲେ , ତାକୁ ସେ ପନିର ତିଆରି କରି ନିକଟସ୍ଥ ବଜାରରେ ବିକ୍ରି କରିଥାନ୍ତି । ଏହା ବ୍ୟତୀତ ୩ଗୋଟି ପୋଖରୀ ଖୋଳି ମାଛ ଚାଷ ମଧ୍ୟ କରୁଛନ୍ତି । ସ୍ତ୍ରୀ ଓ ଭାଇ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରଥାନ୍ତି । ନିଜ ବାଡି ଓ ବଗିଚାରେ ମଧ୍ୟ ପନିପରିବା ଚାଷ କରନ୍ତି । ଉତ୍ପାଦିତ ପନିପରିବାକୁ ଘରର ଆବଶ୍ୟକତା ମେଣ୍ଟାଇବା ପରେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଦେଇଥାନ୍ତି । 

ଅକ୍ଷୟଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରନ୍ତି ସ୍ଥାନୀୟ ପ୍ରାଣୀଧନ ନିରିକ୍ଷକ ପ୍ରିୟବ୍ରତ ନାୟକ । ପ୍ରିୟବ୍ରତ ଅକ୍ଷୟଙ୍କ ଫାର୍ମରେ କୃତିମ ପ୍ରଜନନ କରାଇ ବାଛୁରି ମଧ୍ୟ ଜନ୍ମ କରାଇଛନ୍ତି । ନୂତନ ଜ୍ଞାନ କୌଶଳରେ ଗୋରୁଙ୍କ ପାଇଁ ଘାସ ଚାଷ ପାଇଁ ତାଲିମ ମଧ୍ୟ ଦେଇଛନ୍ତି । ପ୍ରତି ଦିନ ଗାଈଙ୍କ ପାଇଁ ୫୦ କିଲୋ ଦାନା ଓ ପ୍ରାୟ ଦେଢ କୁଇଣ୍ଟାଲ ଘାସର ଆବଶ୍ୟକତା ହୋଇଥାଏ । ପ୍ରିୟବ୍ରତ ନାୟକଙ୍କ ତତ୍ବାବଧାନରେ ଘାସ ଚାଷ ମଧ୍ୟ ହେଉଛି । ଜାନୁୟାରୀ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ହାଇବ୍ରିଡ ନେପୀୟର ଘାସ । ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ବ୍ରାସିମ ଘାସ ଓ ସମାନ ଭାବେ ଓଅଟ ଘାସର ଚାଷ ମଧ୍ୟ କରାଯାଉଛି । ଏଥି ପାଇଁ ଥରେ ମାତ୍ର ଚାରା ରୋପଣ କରାଯାଇଥାଏ ।  ପରେ ସେଥିରେ ଗୋବର ଓ ଅନ୍ୟ ଜୈବିକ ଆବର୍ଜନାର ବ୍ୟବହାର କରି ଘାସ ଚାଷ ହେଉଛି ।

ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ, ପଞ୍ଚାୟତରେ ସମସ୍ତ ହିତାଧିକାରୀଙ୍କ ଠାରୁ ଅକ୍ଷୟ ହେଉଛନ୍ତି ଜଣେ ସଫଳ ଚାଷୀ । ଅନ୍ୟପଟେ ପ୍ରାଣୀଧନ ନିରିକ୍ଷକ ପ୍ରିୟବ୍ରତ ମଧ୍ୟ କୃତିମା ପ୍ରଜନନ ପାଇଁ ଏହି ଫାର୍ମରେ ସମସ୍ତ ବ୍ୟବସ୍ଥା କରିଛନ୍ତି । ପ୍ରଜନନ ସମୟରେ ବିଭାଗୀୟ ମୁଖ୍ୟ ମାନେ ମଧ୍ୟ ଉପସ୍ଥିତ ରହୁଛନ୍ତି । ବେକାରିକୁ ସମସ୍ୟା ନ ଭାବୀ  ସାମାନ୍ୟ ଚେଷ୍ଟା ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଠି କରିପାରେ । ନହେଲେ ସେ ଦିନ ନିଜେ ଅନ୍ୟ କମ୍ପାନୀ ରେ କାର୍ଯ୍ୟ କରୁଥିବା ଶ୍ରମିକ ନିଜ ଚେଷ୍ଟା ଓ ସରକାରୀ ଯୋଜନା ପାଇଁ ରୋଜଗାର କ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ  ନିଯୁକ୍ତି ସୁଯୋଗ ସୃଷ୍ଠି କରିଛନ୍ତି ।

   Related Posts