ୟୁରିଆ ସାରର ଅଭାବ ନେଇ ଚାଷୀ ଅସନ୍ତୋଷ , ପ୍ରତିବାଦରେ ୩ ଘଣ୍ଟା ଧରି ରାସ୍ତା ଅବରୋଧ
10/09/2020 at 2:44 PM

ସାନଖେମୁଣ୍ଡି ୧୦।୦୯ : ସାର ନମଳିବାରୁ ଚାଷୀଙ୍କ ରାସ୍ତାରୋକ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଚାଷୀଙ୍କୁ ସାର ମିଳିପାରୁ ନଥିବା ଯୋଗୁଁ ଚାଷୀ ମାନେ ଆଜି ବ୍ରହ୍ମପୁର- ଦିଗପହଣ୍ଡି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପ୍ରାୟ ୩ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ଚାଷୀ ।
ସାର ସେବା ସମବାୟ ସମିତି କୁ ଆବଶ୍ୟକ ପରିମାଣର ଆସୁନଥିବା ଯୋଗୁଁ ଚାଷୀ ଙ୍କୁ ସାର ମିଳିପାରୁ ନ ଥିବା ବେଳେ କଳାବଜାର ସାର ବିକ୍ରି ହେଉଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି । ଯାହାଫଳରେ ୨ଶହରୁ ଅଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ । ତେବେ ସାର ଅଭାବ ସଂପର୍କ ରେ ଦୁଇ ଦିନ ତଳେ ଚାଷୀ ମାନେ ତହସିଲଦାର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଶେଷରେ ଆଜି ଚାଷୀମାନେ ଦୀର୍ଘ ୩ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିଲେ ମଧ୍ୟ ରାସ୍ତା ଅବରୋଧ ହଟିନାହିଁ । ଦାବି ହୋଇଛି ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇଦେବା ।