Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ

28/01/2021 at 10:01 AM

ନୂଆଦିଲ୍ଲୀ,୨୮/୦୧: ଗଣତନ୍ତ୍ର ଦିବସରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଦ୍ୱାରା ଘଟିଥିବା ହିଂସା ପରେ ସଙ୍ଗଠନରେ ଫାଟ ଦେଖିବାକୁ ମିଳିଛି । ଦୁଇଟି କୃଷକ ସଙ୍ଗଠନ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଅଖିଲ ଭାରତୀୟ କିଷାନ ସଙ୍ଘର୍ଷ ସମନ୍ୱୟ ସମିତି ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଏମ ସିଂ ଆନ୍ଦୋଳନକୁ ଓହରିଛନ୍ତି ।

ଏହି ପ୍ରସଙ୍ଗରେ ବିଏମ ସିଂ କହିଛନ୍ତି ଯେ, ତାଙ୍କ ସଙ୍ଗଠନ ନିଜେ ଆନ୍ଦୋଳନରୁ ବାହାରିବାକୁ ନିଷ୍ପତ୍ତି ନେଇଛି । ଏସାହ ଭାରତୀୟ କିଷାନ ୟୁନିଅନର ନେତା ଭାନୁ ଗୁଟ୍ ମଧ୍ୟ ଆନ୍ଦୋଳନ ସାରିଥିବା ଘୋଷଣା କରିଛନ୍ତି । ଏବେ ପୋଲିସ ହିଂସାକୁ ନେଇ କୃଷକ ନେତା ରାକେଶ ଟିକୈତଙ୍କ ସମେତ ଯୋଗେନ୍ଦ୍ର ଯାଦବ. ମେଘା ପାଟେକର ଆଦି ୩୭ କୃଷକଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେମାନଙ୍କ ବିରୋଧରେ ଦଙ୍ଗା, ଅପରାଧିକ ଷଡଯନ୍ତ୍ର ରଚିବା, ହତ୍ୟା ଆଦି ମାମଲା ଦାଏର ହୋଇଛି ।

ପୋଲିସର କହିବାନୁସାରେ, ଟ୍ରାକ୍ଟର ରାଲିରେ କୃଷକ ନେତାଙ୍କ ଭୂମିକାର ଯାଞ୍ଚ ହେବ । ହିଂସାରେ ଦିଲ୍ଲୀ ପୋଲିସର ୩୯୪ଜଣ ଆହତ ହୋଇଛନ୍ତି । ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ହିଂସାକାଣ୍ଡରେ ସାମିଲ ଥିବା ୨୫ଜଣଙ୍କୁ ଚିହ୍ନଟ କରାଯାଇଛି । ଏପରିକି ପୋଲିସର ବନ୍ଧୁକ, ଗୁଳି କୃଷକମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

କୃଷକ ନେତା ବିଏମ ସିଂ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁ ହିଂସା ହେଲେ ସେଥିପାଇଁ ସରକାର ମଧ୍ୟ ଦାୟୀ । ରାଲି ୧୧ଟା ବଦଳରେ ସକାଳ ୮ଟାରେ ବାହାରିଲା । ସରକାର କିଛି କରୁନଥିଲେ । କୃଷକ ଆନ୍ଦୋଳନ ଏବେ ବାଟ ହୁଡିଛି । ତେଣୁ ସେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

   Related Posts