Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

‘ଆମେ ହିଂସାକାଣ୍ଡ କରିନୁ, ଗଣ୍ଡଗୋଳକାରୀଙ୍କୁ ଜାଣିନୁ’ : ଚାଷୀଙ୍କୁ ଚକ୍ରବ୍ୟୁହରେ ଫସାଯାଇଥିବା ଅଭିଯୋଗ ଆଣିଲେ ଟିକାୟତ

28/01/2021 at 5:24 PM

ନୂଆଦିଲ୍ଲୀ ୨୮/୦୧ : ଭାରତୀୟ କିଷାନ ୟୁନିଅନ୍‌ର ନେତା ରାକେଶ ଟିକାୟତ କିଛି ଦିନ ଧରି ଚର୍ଚ୍ଚାର ପରିସରରେ ରହିଆସୁଛନ୍ତି । ଗୁରୁବାର ଗାଜୀପୁର ସୀମାରେ ଚାଷୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, ଚାଷୀ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିବ । ଯୋଜନାବଦ୍ଧ ଭାବେ ଚାଷୀଙ୍କୁ ବିଭ୍ରାନ୍ତ କରିବା ପାଇଁ ପ୍ରୟାସ କରାଯିବା ସହିତ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି ।

ରାକେଶ ଟିକାୟତ କହିଛନ୍ତି, ପ୍ରଶାସନ ଚାଷୀଙ୍କୁ ବିଭ୍ରାନ୍ତ କରିବା ସହିତ ନିଜ ଜାଲରେ ଫସାଇଥିଲା । ହିଂସା କାଣ୍ଡ ଭିଆଇବା ଆମର ଉଦ୍ଦେଶ୍ୟ ନଥିଲା । ସରକାରଙ୍କୁ ଚେତାବନୀ ଦେବା ସହିତ ରାକେଶ ଟିକାୟତ କହିଛନ୍ତି, ଯଦି ଚାଷୀଙ୍କୁ ଆନ୍ଦୋଳନ କରିବା ପାଇଁ ଦିଆନଯାଏ ତେବେ ଆମକୁ ଗିରଫ କରାଯାଉ । ଏହା ସହିତ ଆନ୍ଦୋଳନରତ ଚାଷୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଚାଷୀ ନେତା ରାକଶେ ଟିକାୟତ ।

ଏହା ସହିତ ସେ କହିଛନ୍ତି, ‘ଚାଷୀମାନଙ୍କୁ ଚକ୍ରବ୍ୟୁହରେ ଫସାଯାଇଥିଲା । ଯେଉଁମାନେ ଦିଲ୍ଲୀ ରାଜରାସ୍ତାରେ ଓଲଟା-ସିଧା ଟ୍ରାକ୍ଟର ଚଳାଉଥିଲେ ସେମାନଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ । ହିଂସା ଶବ୍ଦ ଆମ ଡକ୍ସନାରୀରେ ନାହିଁ । ଲାଲ କିଲ୍ଲାରେ ଯାହା କିଛି ହେଲା ତାହା କେବଳ ଆନ୍ଦୋଳନକୁ ରୋକିବା ପାଇଁ ଯୋଜନା କରାଯାଇଥିଲା । ଯେଉଁମାନେ ଭିତରକୁ ପ୍ରବେଶ କରିଥିଲେ ସେମାନଙ୍କୁ ବ୍ୟାରିକେଡ୍‌ରେ ଅଟକାଇନଥିଲା ପୋଲିସ । ଏ ସବୁ ଯୋଜନାବଦ୍ଧ ଭାବେ କରାଯାଇଥିଲା । ପୋଲିସ ଜାଣିଶୁଣି ସେମାନଙ୍କୁ ଭିତରକୁ ଛାଡିଦେଇଥିଲା ’।

ସୂଚନା ଅନୁସାରେ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ମୋଟ ୨୨ଟି ମାମଲା ରୁଜୁ କରାଯାଇଛି ଯେଉଁଥିରୁ ୯ଟି ମାମଲାର ତଦନ୍ତଭାର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ମଧ୍ୟରେ ଅନେକ ଯବାନ ମଧ୍ୟ ଆହତ ହୋଇଥିଲେ । ଏହାର ତଦନ୍ତ ଜାରି ରହିଛି । କ୍ରାଇମ ବ୍ରାଞ୍ଚ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ମାମଲାଗୁଡିକର ତଦନ୍ତ ଜାରି ରଖିଛନ୍ତି । ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଦିଲ୍ଲୀ ପୋଲିସ ।

   Related Posts