୩ ଦିନ ହେଲା ରାସ୍ତାରେ ଧରି ବସିଛନ୍ତି ଚାଷୀ, ଟୋକେନ ନଥିବାରୁ ବିକ୍ରି ହୋଇପାରୁନି ଧାନ

Published By : Prameya-News7 Bureau | February 14, 2020 IST

ପଦ୍ମପୁର ୧୪।୨: ବରଗଡ ଜିଲ୍ଲା ଡଭା-ଝାରବନ୍ଦ ରାସ୍ତାର ଡଭା ବଜାରଠାରେ ୫ହଜାର ବସ୍ତା ଧାନ ରଖି ଡଭା ସୋସାଇଟିର ଚାଷୀ ୩ ଦିନ ହେଲା ରାସ୍ତାରୋକ ସହ ଆମରଣ ଅନଶନ କରିଛନ୍ତି । ୧୯୧ ଜଣ ଚାଷୀଙ୍କର ହୋଇନି ଟୋକେନ । ତେଣୁ ଧାନ ବିକ୍ରି କରି ନ ପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ ।

{"id":224211,"sizeSlug":"large"}

ଏହି ବିଷୟରେ ବାରମ୍ବାର ଉପ ଜିଲ୍ଲାପାଳ, ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଧ୍ୟାନ ଦେଲେନାହିଁ । ତେଣୁ ବାଧ୍ୟ ହୋଇ ଚାଷୀ ଏବେ ରାସ୍ତାରେ ଅନଶନ ଚଳାଇଛନ୍ତି । ଏହାସହ ୭ଜଣ ଆମରଣ ଅନଶନରେ ବସିଛନ୍ତି । ଯେପର୍ଯ୍ୟନ୍ତ ଧାନ ଉଠିବନାହିଁ  ସେ ଯାଏଁ ଆମରଣ ଅନଶନରେ ବସିବେ ବୋଲି ଜଣାଇଛନ୍ତି । ରାସ୍ତାରୋକ ମଧ୍ୟ ହଟିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

{"id":224212,"sizeSlug":"large"}

ଗତକାଲି ଚାଷୀଙ୍କ ଆମରଣ ଅନଶନ ଓ ରାସ୍ତା ଅବରୋଧ ସ୍ଥାନକୁ ଉପ ଜିଲ୍ଲାପାଳ ପହଞ୍ଚି ଆଲୋଚନା କରିଥିଲେ ହେଲେ ଅଲୋଚନ ବିଫଳ ହୋଇଥିଲା । ଧାନ ଉଠିଲେ ଯାଇ ସେମାନେ ଉଠିବେ ବୋଲି ଜିଦ୍ ଧରିଥିଲେ । ତେଣୁ ଧାନ କିଣାବିକା ସମସ୍ୟା ପ୍ରତିବାଦରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି  ।  ଡଭା ସୋସାଇଟି ଅଞ୍ଚଳର ରାଜେନ୍ଦ୍ରପୁର, ବିଜେଢୋଲ, ଡଭା,  ଛୋଟ ଅନକି, କନ୍ଦାଡଙ୍ଗର, କୁସମଦର୍ହା ଆଦି ଗ୍ରାମର ଶତାଧିକ ଚାଷୀ ରାତି ଦିନ  ରାସ୍ତାରେ ବସିଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ହେବ, ଟୋକେନ ବ୍ୟବସ୍ଥା କରାଯିବ ବୋଲି ଯେଉଁ ଆଶା କରାଯାଇଥିଲା ତାହା ଫେଲ୍ ମରିଛି । ଚାଷୀ ପୂର୍ବ ବର୍ଷ ତୁଳନାରେ ଆହୁରି ଅଧିକ ସମସ୍ୟାରେ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.