Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଆହୁରି ମଜବୁତ ହେବ କୃଷକ ସଙ୍ଗଠନ !ଆନ୍ଦୋଳନରେ ସାମିଲ ହେଲେଣି ପଶ୍ଚିମ ୟୁପିର ଶହଶହ ଚାଷୀ

1/02/2021 at 10:01 AM

ନୂଆଦିଲ୍ଲୀ,୦୧/୦୨:  କୃଷି ଆଇନକୁ ବିରୋଧ କରି ଏବେବି ସରକାର ଓ କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି । କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ସରକାର କୃଷକଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ତେବେ କୃଷକ ସଙ୍ଗଠନ ସରକାରଙ୍କଠାରୁ ଅଧିକ କିଛି ଆଶା ରଖିଛନ୍ତି । ଜାନୁଆରୀ ୨୨ରେ ଦେଇଥିବା ପ୍ରସ୍ତାବରେ ଅଧିକ କିଛି ସାମିଲ କଲେ ସରକାରଙ୍କ ସହ ସେମାନେ ଆଲୋଚନା କରିବେ ବୋଲି କହିଛନ୍ତି ।

କୃଷକ ସଙ୍ଗଠନ କହିଛି ଯେ, ସରକାର ଦେଇଥିବା ପ୍ରସ୍ତାବରେ ଏମଏସପି ଉପରେ କିଛି କହିନଥିଲେ । ତେବେ ଗଣତନ୍ତ୍ର ଦିବସରେ ହୋଇଥିବା ଟ୍ରାକ୍ଟର ରାଲି ପରଠୁ ୧୦୦ରୁ ଅଧିକ ଚାଷୀ ନିଖୋଜ ଥିବା ସଙ୍ଗଠନ ଅଭିଯୋଗ କରିଛି । ଉତ୍ତର ପ୍ରଦେଶର ପଶ୍ଚିମ ପ୍ରାନ୍ତରୁ ହତାର ହଜାର ଚାଷୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସାମୁଖ୍ୟ କିଶାନ ମୋର୍ଚ୍ଚା ଏକ କମିଟି ଗଠନ କରିଛି । ଏହା ନିଖୋଜ ଥିବା ଚାଷୀଙ୍କୁ ସନ୍ଧାନ କରିବ । ଚାଷୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯିବ । ଏନେଇ ସଙ୍ଗଠନର ନେତା ଦର୍ଶନ ପାଲ ସୂଚନା ଦେଇଛନ୍ତି ।

ଜୟ କିଶାନ ଆନ୍ଦୋଳନର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଯଦି ସରକାର ଦୁଇ ପାଦ ଆଗକୁ ଫେରନ୍ତି ତାହେଲେ ସଙ୍ଗଠନ ମଧ୍ୟ ଆଲୋଚନାରୁ ପଛକୁ ହଟିବ ନାହିଁ । ଏହା ଅହଂକାର ନୁହେଁ । ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ । ସରକାର କୃଷକଙ୍କୁ ଏମଏସପି ଉପରେ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ଯୋଗେନ୍ଦ୍ର ଯାଦବ ଆହୁରି କହିଛନ୍ତି ଯେ, ଏବେ ଖେଳ ବଦଳି ଯାଇଛି । କୃଷକଙ୍କ ପଲ୍ଲା ଭାରି ରହିଛି । ସଙ୍ଗଠନ ଆହୁରି ସୁଦୃଢ ହେଲେ ସରକାର ଜଲଦି ଦାବି ମାନିବେ । ଏହାସହ ଆଲୋଚନାରେ ମଧ୍ୟ ସମାଧାନର ବାଟ ବାହାରିବ ।   

ଶନିବାର ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ କହିଥିଲେ ଯେ, ଆଲୋଚନା ମଧ୍ୟରେ କେବଳ ଏକ ଫୋନ୍ କଲର ବ୍ୟବଧାନ ରହିଛି । ସରକାର କୃଷି ଆଇନକୁ ୧୮ ମାସ ପାଇଁ ସ୍ଥଗିତ ରଖିବାକୁ ରାଜି ଅଛନ୍ତି । ସରକାର ଦଶମ ପର୍ଯ୍ୟାୟ ଆଲୋଚନା ପରେ କୃଷକଙ୍କୁ ଏହି ପ୍ରସ୍ତାବ ଦେଇଥିଲେ । ତେବେ ସଙ୍ଗଠନ ଏପରି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ନିସର୍ତ୍ତ ଭାବେ ସରକାର ଦାବି ମାନନ୍ତୁ ବୋଲି କହିଥିଲା ।

   Related Posts