Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଦିଲ୍ଲୀ-ଗାଜିପୁର ସୀମା ପାଲଟିଲା ଅଭେଦ୍ୟ ଦୁର୍ଗ, ରାତାରାତି କରାଗଲା ୧୨ ଲେୟାର୍‌ର ବ୍ୟାରିକେଡ୍, ଇଣ୍ଟରନେଟ୍ ସେବା ବନ୍ଦ

31/01/2021 at 9:05 AM

ନୂଆଦିଲ୍ଲୀ, ୩୧/୦୧:  ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ପରେ ରାଷ୍ଟ୍ରୀୟ ରାଜଧାନୀକୁ ସଂଯୋଗ କରୁଥିବା ସୀମାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପୋଲିସ ଦିଲ୍ଲୀ ସହ ସଂଲଗ୍ନ କୃଷକମାନେ ଧାରଣା ଦେଉଥିବା ସବୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି । ଶନିବାର ରାତିରେ ଦିଲ୍ଲୀ-ଗାଜିପୁର ସୀମାରେ ୧୨ ଲେୟାରର ବ୍ୟାରିକେଡ୍ ଲଗାଯାଇଛି । ଏହାପୂର୍ବରୁ ସିଙ୍ଘୁ ସୀମାରେ ମଧ୍ୟ ବ୍ୟାରିକେଡ୍ ଲଗାଯାଇଥିଲା । ଗାଜିପୁର, ଟିକରୀ ଓ ସିଙ୍ଘୁ ସୀମାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ଶୁକ୍ରବାର ସ୍ଥାନୀୟ ଲୋକେ ଓ କୃଷକଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷ ପରେ ପୋଲିସ ଆହୁରି ସତର୍କ ହୋଇଯାଇଛି ।

ଜିଟି କରନାଲ ରୋଡରେ ଗତ କିଛିଦିନ ଧରି ଆନ୍ଦୋଳନ କରୁଥିବା କୃଷକଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ପଞ୍ଜାବ ଓ ହରିୟାଣାରୁ କୃଷକମାନେ ଆନ୍ଦୋଳନ କରିବାକୁ ପହଁଚୁଛନ୍ତି ବୋଲି କିଛି ସଙ୍ଗଠନ କହିଛନ୍ତି । ପୋଲିସ ଓ ସିଆରପିଏଫ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିଛନ୍ତି । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଶୁକ୍ରବାର ହିଂସା ହୋଇଥିଲା । ତେଣୁ କୌଣସି ମୂହୁର୍ତ୍ତରେ ମାହୋଲ ବିଗିଡିବାର ସମ୍ଭାବନା ରହିଛି ।

ଶୁକ୍ରବାର କୃଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଡ ସଙ୍ଘର୍ଷ ଘଟିଥିଲା । ପରସ୍ପରକୁ ପଥରମାଡ କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିମାଡ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡିଥିଲା ।

   Related Posts