Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଜିଠୁ ଜନ୍ତରମନ୍ତରରେ ଗର୍ଜିବେ ଅନ୍ନଦାତା, ଦିନ ୧୧ରୁ ସନ୍ଧ୍ୟା ୫ ଯାଏଁ ଚାଲିବ କୃଷକ ସଂସଦ

22/07/2021 at 7:23 AM

ନୂଆଦିଲ୍ଲୀ ୨୨।୦୭: ଗୁରୁବାରଧାରୁ ରାଜଧାନୀ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣା ଦେବେ କୃଷକ । ଶେଷରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରିବାକୁ କୃଷକଙ୍କୁ ମିଳିଛି ଅନୁମତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହାର ଆଦେଶ ମଧ୍ୟ ଜାରି କରାଯାଇଛି। ଜୁଲାଇ ୨୨ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ସର୍ବାଧିକ ୨୦୦ ପ୍ରଦର୍ଶନକାରୀ କୃଷକଙ୍କୁ ଧାରଣା ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି।

ଧାରଣା ପୂର୍ବରୁ ବୁଧବାର ଅପରାହ୍ନରେ କୃଷକ ନେତା ଯୁଦ୍ଧବୀର ମଲିକ, ନୂଆ ଦିଲ୍ଲୀର ଜଏଣ୍ଟ କମିସନର ଯଶପାଲ ସିଂହ, ଡିସିପି ଦୀପକ ଯାଦବ ସମେତ ଅନେକ ଅଧିକାରୀ ଜନ୍ତର ମନ୍ତର ପହଞ୍ଚିଥିଲେ। ସେଠାରେ ଆନ୍ଦୋଳନସ୍ଥଳର ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପ୍ରଦର୍ଶନ ହେଲେ ଅଲଗା ଅଲଗା ସୀମାରୁ ଆସୁଥିବା କୃଷକ କେଉଁଠି ବସିବେ ସେ ସଂପର୍କରେ ଆଲୋଚନା ମଧ୍ୟ କରାଯାଇଛି ।

କୃଷକ ଆନ୍ଦୋଳନକୁ ଆହୁରି  ଜୋରଦାର କରିବା ପାଇଁ ଗୁରୁବାରଠୁ ପ୍ରତିଦିନ ୨୦୦ କୃଷକ ସିଙ୍ଘୁ ବର୍ଡରରୁ ସଂସଦ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବେ। ଦିଲ୍ଲୀ ପୋଲିସ ଖୋଦ୍ କୃଷକଙ୍କୁ ଜନ୍ତରମନ୍ତର ପର୍ଯ୍ୟନ୍ତ ନେଇଯିବେ। କୃଷକଙ୍କ କହିବା ଅନୁଯାୟୀ, ସେମାନେ ସଂସଦ ବାହାରେ ନିଜର କୃଷକ ସଂସଦ ଆୟୋଜନ କରିବେ। ପ୍ରତିଦିନ ୨୦୦ କୃଷକଙ୍କୁ ପରିଚୟ ପତ୍ର ଦିଆଯିବ, ଯେଉଁମାନେ ସଂସଦ ପର୍ଯ୍ୟନ୍ତ ରାଲି କରିବେ। ଯଦି ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକାଏ ତେବେ ବିନା ବାଧାରେ ଗିରଫ ହେବାକୁ ପ୍ରସ୍ତୁତ ବୋଲି ସେମାନେ କହିଛନ୍ତି ।

ଦିଲ୍ଲୀ ପୋଲିସର କହିବାନୁସାରେ, ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତାଙ୍କ ସହିତ ଆଲୋଚନା କରି କୃଷକଙ୍କକୁ ଜନ୍ତର ମନ୍ତର ଅଣାଯିବ। ପ୍ରାୟ ୨୦୦ କୃଷକ ବସ ମାଧ୍ୟମରେ ସକାଳ ୧୦ଟା ୩୦ରେ ଜନ୍ତର ମନ୍ତରରେ ପହଞ୍ଚିବେ। ସେମାନେ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ। ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବଳର ୫-୫ କମ୍ପାନୀକୁ ମୁତୟନ କରାଯିବ। ସମସ୍ତ କୃଷକଙ୍କୁ ପରିଚୟ ପତ୍ର ଯାଞ୍ଚ ପରେ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏହାପରେ ସନ୍ଧ୍ୟା ୫ଟାରେ କୃଷକ ଜନ୍ତର ମନ୍ତରରୁ ଫେରିବେ।

   Related Posts