ତାତିଲେ ଅନ୍ନଦାତା: ସମବାୟ ସମିତିରେ ତାଲା ପକାଇଲେ ଚାଷୀ, ଅଫିସରେ ଫଶିଛନ୍ତି କର୍ମଚାରୀ

Published By : Prameya-News7 Bureau | January 21, 2021 IST

ବଲାଙ୍ଗୀର ୨୧।୦୧ : ତାତିଲେ ଚାଷୀ । ଟୋକନ ବ୍ୟବସ୍ଥାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ରଣଙୁଙ୍କାର ।  ବଲାଙ୍ଗୀର ଗୁଡ଼ଭେଲା ବ୍ଲକ ନୂଆପଡ଼ା ସମବାୟ ସମିତି ଅଫିସରେ ତାଲା ପକାଇଲେ ଶତାଧିକ ଚାଷୀ ।  କିଛି କର୍ମଚାରୀ ଅଫିସ ମଧ୍ୟରେ ଫସିରହିଛନ୍ତି ।

ଖବର ଅନୁଯାୟୀ, ଚାଷୀଙ୍କ ଟୋକନ୍‌ ଅବଧି ସରିଯାଇଛି । ଯାହାଫଳରେ କି ଚାଷୀ ନିଜର କଷ୍ଟ ଉପର୍ଜିତ ଧାନକୁ ମଣ୍ଡିରେ ବିକ୍ରି କରିପାରୁନାହାନ୍ତି । ଯାହାକୁ ନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସମାଧାନ କରାଯାଉନାହିଁ। ଶେଷରେ ବାଧ୍ୟ ହୋଇ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ନୂଆପଡ଼ା ସମବାୟ ସମିତିରେ ତାଲା ପକାଇଛନ୍ତି ଶତାଧିକ ଚାଷୀ । ଏପରିକି ଅଫିସକୁ ଆସିଥିବା ୨ କର୍ମଚାରୀଙ୍କ ମଧ୍ୟ ତାଲା ପକାଇଦେଇଛନ୍ତି ନୂଆପଡ଼ାର ଚାଷୀ । ଅଫିସରେ ଭିତରେ ଫଶିଥିବା ଦୁଇ ଅଧିକାରୀ ହେଲେ ସମବାୟ ସମିତିର ସେକ୍ରେଟାରୀ ଗୋଗୁଳା ପ୍ରଧାନ ଓ ପିଅନ ଚୈତନ୍ୟ ପରାଭୋଇ । ବର୍ତ୍ତମାନ ପର୍ଯ୍ୟନ୍ତ ସମବାୟ ବିଭାଗ କିମ୍ବା ବ୍ଲକ ପ୍ରଶାସନ କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.