ଧାନ ବିକ୍ରିରେ ଅନିୟମିତତା ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ଅନଶନ, ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର

Published By : Prameya-News7 Bureau | March 04, 2021 IST

ଭଦ୍ରକ ୦୪।୦୩: ଧାନ କିଣାରେ ବ୍ୟାପକ ଦୁର୍ନୀତି ।  ଅନିୟମିତତା ଓ ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ ନେଇ ଅନ୍ନଦାତାଙ୍କ ଅନଶନ । ଯାହାକୁ ସମର୍ଥନ କରିଛି ଭଦ୍ରକ ଜିଲ୍ଲା ବିଜେପି ।  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିଜେପି ତରଫରୁ ଅନ୍ନଦାତାଙ୍କ ଅନଶନ ଆୟୋଜିତ ହେଉଛି । 

ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସେବା ସମବାୟ ସମିତି ଅଧୀନରେ ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି । ଏପିରିକି ଅନେକ ଅଞ୍ଚଳର ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇବା ପରେ ମଧ୍ୟ ଧାନ ବିକ୍ରି କରି ପାରୁନାହାନ୍ତି ।  ସେହିପରି ଅନ୍ୟପଟେ ଅନେକ ଚାଷୀ ଟୋକନ ପାଇବାର ଧାର୍ଯ୍ୟ ସମୟ ସରିଛି,  କିନ୍ତୁ ଧାନ ବିକ୍ରି ହୋଇନାହିଁ । ଏପରି ଅନେକ ସମସ୍ୟାର ସମାଧାନ ଦାବିରେ  ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ  ସମ୍ମୁଖରେ ବିଜେପି ଅନଶନରେ ବସିଛି । ତେବେ ଯେଉଁ ଚାଷୀଙ୍କର ଟୋକନ ଅଛି ଏବଂ ଯେଉଁ ଚାଷୀଙ୍କର ଟୋକନର ଧାର୍ଯ୍ୟ ତାରିଖ ସରିଯାଇଛି ।  ସେମାନଙ୍କ ଧାନ ସଂଗ୍ରହ କରାଯାଉ ବୋଲି ବିଜେପି ଦାବି କରିଛି । ଯଦି ପୂରଣ ନହୁଏ, ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.