Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଶେଷ ହେଲା ଚାଷୀ ଆନ୍ଦୋଳନ, ଦିଲ୍ଲୀ ସୀମାରୁ ଘରକୁ ଫେରିବେ କୃଷକ

9/12/2021 at 3:19 PM

ନୂଆଦିଲ୍ଲୀ ୦୯/୧୨ : ଦୀର୍ଘ ବର୍ଷେରୁ ଉର୍ଦ୍ଧ୍ବ ସମୟ ଧରି ଦିଲ୍ଲୀ ରାଜରାସ୍ତାରେ ହାଇଡ୍ରାମା ପରେ, ଶେଷରେ ଚାଷୀ ଆନ୍ଦୋଳନ ସମାପ୍ତ ହୋଇଛି । ଆନ୍ଦୋଳନ ତୀବ୍ର ହେବାପ​‌ରେ ମୁଣ୍ଡ ନୁଆଁଇଥିଲେ ମୋଦି ସରକାର । ୩ ନୂଆ କୃଷି ବିଲ ପ୍ରତ୍ୟାହାର ହୋଇଥିଲା । ଏବେ କୃଷକ ଆନ୍ଦୋଳନ ଶେଷ ହେବା ନେଇ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଲମ୍ବା ସମୟ ଧରି ବୈଠକ ପରେ ଚାଷୀମାନେ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ୧୧ତାରିଖ​‌ରେ ଘରକୁ ଫେରିବେ ଚାଷୀ ।

କୃଷକ ନେତା ବଲବୀର ରାଜେଓ୍ବାଲ କହିଛନ୍ତି, ‘ଆମେ ସରକାରଙ୍କ ମୁଣ୍ଡ ନୁଆଁଇ ଘରକୁ ଫେରୁଛୁ । ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରେ ଚାଷୀ ମୋର୍ଚ୍ଚାର ଆଉ ଏକ ବୈଠକ ହେବ । ଯେଉଁଥିରେ ଆଗାମୀ ରଣନୀତି ବାବଦରେ ଚର୍ଚ୍ଚା ହେବ । ଆନ୍ଦୋଳନ ଶେଷ ହେବାନେଇ ଘୋଷଣା ହେବା ପରେ ଆସନ୍ତା ଡିସେମ୍ବର ୧୧ ତାରିଖରେ ଚାଷୀମାନେ ଘରକୁ ଫେରିଯିବେ ।’

କୃଷକ ନେତା ବଲବୀର ରାଜେଓ୍ବାଲ କହିଛନ୍ତି, ଚାଷୀ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି । ଚାଷୀମାନେ ଏବେ ଘରକୁ ଫେରିବେ । କିନ୍ତୁ ପ୍ରତିମାସରେ ଥରେ ଲେଖାଏଁ ବୈଠକ ହେବ । ଯଦି ସରକାର ଚାଷୀଙ୍କୁ ନେଇ କୌଣସି ବୈମାତୃକ ମନୋଭାବ ପୋଷଣ କରନ୍ତି ତେବେ ପୁଣି ଥରେ ଚାଷୀ ଆନ୍ଦୋଳନ ଆରମ୍ଭ ହେବାନେଇ ନିଷ୍ପତ୍ତି ନିଆଯିବ ।

ଡିସେମ୍ବର ୧୧ ତାରିଖରେ ହିଁ ଦିଲ୍ଲୀ ସମେତ ଦେଶର ଯେକୌଣସି ସ୍ଥାନରେ ଚାଷୀ ଆନ୍ଦୋଳନ ଜାରିରହିଥିଲା ସେଗୁଡିକ ବନ୍ଦ ହେବ । ଚାଷୀମାନେ ନିଜ ନିଜ ଘରକୁ ଫେରିବେ । ଦିଲ୍ଲୀ ସୀମାରେ ବସିଥିବା ଚାଷୀମାନେ ଘରକୁ ଫେରିଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଗତ ବର୍ଷେରୁ ଅଧିକ ସମୟ ଧରି ଧାରଣା ଦେବାପରେ ଏବେ ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବେ । କେନ୍ଦ୍ର ସରକାର ଚାଷୀଙ୍କ ଦାବି ପୂରଣ କରିଦେବା ପରେ ଆଉ ମାତ୍ର କିଛିଟା ଦାବି ରହିଯାଇଛି । ତେବେ ୩ ନୂଆ ଆଇନ ପ୍ରତ୍ୟାହାର କରିବା ଚାଷୀଙ୍କ ପ୍ରମୁଖ ଦାବି ଥିଲା ଯାହାକୁକି ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟାହାର କରିନେଇଛନ୍ତି । ପଞ୍ଜାବର ୩୨ଟି କୃଷକ ସଂଗଠନ ଘରକୁ ଫେରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୧୧ ଡିସେମ୍ବରରେ ଚାଷୀମାନେ ଦିଲ୍ଲୀରୁ ବାହାରି ୧୩ ତାରିଖରେ ପଞ୍ଜାବର ଅମୃତସରରେ ପହଞ୍ଚିବେ ।

   Related Posts