Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କୃଷକଙ୍କ ଆନ୍ଦୋଳନ ଜାରି : ଗାଜିପୁର ସୀମା ବନ୍ଦ, ମୁଜାଫରନଗରରେ ଆଜି ମହାପଞ୍ଚାୟତ

29/01/2021 at 8:48 AM

ନୂଆଦିଲ୍ଲୀ,୨୯/୦୧:  କୃଷକମାନଙ୍କ ଆନ୍ଦୋଳନ ଏବେ ପୁଣି ଜୋର୍ ଧରିବାରେ ଲାଗିଛି । ଗଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡ ପରେ ଆନ୍ଦୋଳନ କିଛି ମାତ୍ରାରେ ଥଣ୍ଡା ହୋଇଯାଇଥିଲା । ରାକେଶ ଟିକୈତଙ୍କ ଭାଷଣ ପରେ କୃଷକମାନେ ଜୋସରେ ଆସିଛନ୍ତି । ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିୟାଣାର ଭିନ୍ନ ଭିନ୍ନ ସ୍ଥାନରୁ ଆସି କୃଷକମାନେ ଗାଜିପୁର ସୀମାରେ ଏକାଠି ହେଉଛନ୍ତି ।

ଏହାକୁ ନଜରରେ ରଖି ଦିଲ୍ଲୀର ଯେଉଁ ସବୁସ୍ଥାନରେ ଆନ୍ଦୋଳନ ହେଉଥିଲେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । କିଛିଦିନ ତଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ହରିୟାଣାର ବିଭିନ୍ନ ଗ୍ରାମରେ ଯାତ୍ରା ବାହାର କରି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ ।ଗାଜୀପୁର ସୀମାରେ ଶୁକ୍ରବାର ସକାଳୁ କୃଷକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଆହୁରି ମଧ୍ୟ ମୁଜଫରନଗରରେ କୃଷକମାନେ ମହାପଞ୍ଚୟତର ଆୟୋଜନ କରିବେ । ଏସବୁକୁ ଦେଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କ଼ଡାକଡି କରାଯାଇଛି । ଗାଜିପୁର ସୀମାକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

ଗୁରୁବାର ରାକେଶ ଟିକୈତ ଗାଜିପୁର​‌ରେ ଚାଷୀଙ୍କୁ ସମ୍ବୋଧନ କରିଥିଲେ । ସେ କହିଥିଲେ ଯେ, ଚାଷୀଙ୍କ ଆନ୍ଦୋଳନ ଜାରି ରହିବ । ସରକାର କୃଷି ବିଲ ପ୍ରତ୍ୟାହାର ନକଲେ ଆମକୁ ଗିରଫ କରନ୍ତୁ । ଯଦି ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି ତେବେ ସେ ଆତ୍ମହତ୍ୟା କରିବେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ ଚାଷୀମାନଙ୍କ ପ୍ରତି ଅନ୍ୟାୟ ହେଉଛି । ଚାଷୀଙ୍କୁ ସମ୍ବୋଧନ କରୁଥିବା ବେଳେ ମଞ୍ଚ ଉପରେ କାନ୍ଦିପକାଇଥିଲେ କୃଷକ ନେତା ରାକେଶ । ଏହା ସହିତ ସେ କହିଥିଲେ ଯେ, ଲାଲକିଲ୍ଲାରେ କେଉଁମାନେ ପ୍ରବେଶ କରିଥିଲେ ସୁପ୍ରିମକୋର୍ଟ ତାହାର ତଦନ୍ତ କରନ୍ତୁ । ଏହା ସହିତ ସେମାନଙ୍କ ରେକର୍ଡ ଯାଞ୍ଚ କରନ୍ତୁ ଏବଂ ଗତ ୨ ମାସର କଲ ରେକର୍ଡିଂ ଯାଞ୍ଚ କରନ୍ତୁ । ଚାଷୀମାନେ କୌଣସି ମତେ ମୁଣ୍ଡ ନୁଆଁଇବେ ନାହିଁ । ଆମର ଧାରଣା ଜାରି ରହିବ ବୋଲି ସେ କହିଥିଲେ ।

   Related Posts