Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଦିଲ୍ଲୀ ସୀମାରେ କୃଷକ ମେଳି, ଅମିତ ଶାହଙ୍କ ପ୍ରସ୍ତାବ ଉପରେ କରିବେ ଆଲୋଚନା

29/11/2020 at 10:58 AM

ନୂଆଦିଲ୍ଲୀ,୨୯/୧୧:   କୃଷକଙ୍କ ଆନ୍ଦୋଳନ ଥମିବାର ନାଁ ନେଉନାହିଁ ।  ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ସଂଶୋଧନ ଆଇନ ୨୦୨୦କୁ ବିରୋଧ କରି ହଜାର ହଜାର ଚାଷୀ ରାଜଧାନୀ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ସରକାରଙ୍କ ଜନ ବିରୋଧୀ ଆଇନ ବିରୋଧରେ ଦୀର୍ଘ ମିଆଦି ଆନ୍ଦୋଳନ ଲାଗି ଚାଷୀ ପ୍ରସ୍ତୁତି କରିଆସିଛନ୍ତି। ଏଥିପାଇଁ ସେମାନେ ଟ୍ରାକ୍ଟର ଟ୍ରଲିରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଲଦି ଦିଲ୍ଲୀ ଅଭିମୁଖେ ଜାତୀୟ ରାଜମାର୍ଗରେ ବାହାରିଥିବା ବେଳେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରାଯାଉଛି। ଏହାମଧ୍ୟରେ କେନ୍ଦ୍ର ସରକାର କୃଷକଙ୍କ ସହ ଆଲୋଚନା ପାଇଁ ମଧ୍ୟ ରାଜି ହୋଇଛନ୍ତି ।

ଉତ୍ତରପ୍ରଦେଶର ସୀମାରେ ଭାରତୀୟ କୃଷକ ୟୁନିଅନର ନେତା ରାଦେଶ ଟିକେତଙ୍କ ନେତୃତ୍ୱରେ ଚାଷୀମାନେ ଏକତ୍ର ହୋଇଛନ୍ତି । ଏତତ୍ ବ୍ୟତୀତ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ହଜାର ହଜାର କୃଷକ ଦିଲ୍ଲୀର ବିଭିନ୍ନ ସୀମାରେ ଏକାଠି ହୋଇଛନ୍ତି ।

ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆନ୍ଦୋଳନ ଶେଷ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ଆନ୍ଦୋଳନ ଶେଷ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ଧାରଣା ଦେଲେ ସରକାର ସେମାନଙ୍କ ସହ ଡିସେମ୍ବର ୩ ତାରିଖ ପୂର୍ବରୁ  ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ରବିବାର ସକାଳ ୧୧ଟାରେ କୃଷକମାନେ ବୈଠକ କରିବା ପରେ ଗୃହମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଭାରତୀୟ କୃଷକ ୟୁନିଅନର ପଞ୍ଜାବ ଅଧ୍ୟକ୍ଷ ଜଗଜିତ ସିଂ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଆଲୋଚନା ପାଇଁ ସର୍ତ୍ତ ରଖିଛନ୍ତି । ଯାହା ଠିକ୍ ନୁହେଁ । ବିନା କୌଣସି ସର୍ତ୍ତରେ ଖୋଲା ହୃଦୟରେ ଗୃହମନ୍ତ୍ରୀ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା । ଏହା ସତ୍ତ୍ୱେ କୃଷକମାନେ ସକାଳ ୧୧ରେ ବୈଠକ କରିବେ ବୋଲି ସେ କହିଛନ୍ତି ।

   Related Posts