କଟନୀ ଛଟନୀକୁ ବିରୋଧ, ମିଲ୍ ଆଗରେ ଧାନ ରଖି ଚାଷୀଙ୍କ ପ୍ରତିବାଦ

Published By : Prameya-News7 Bureau | January 22, 2022 IST

ବାଲିପାଟଣା ୨୨/୦୧: କଟନୀ ଛଟନୀକୁ ବିରୋଧ କରି ଧାନ ମିଲ ଆଗରେ ଧାନ ରଖି ଚାଷୀଙ୍କ ପ୍ରତିବାଦ । ବାଲିଅନ୍ତା ବ୍ଳକ ପାରିବାସୁଦେଇପୁରରେ ଥିବା ସାନ୍ଥୋଲିଆ ରାଇସ୍ ମିଲ ଆଗରେ ଶତାଧିକ ଗାଡ଼ିରେ ଚାଷୀ ମାନେ ଧାନ ଆଣି ପ୍ରତିବାଦ କରିଛନ୍ତି । ସରକାରୀ ଅଧିକାରୀ, ମିଲର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇ ଏକ କ୍ଵିଣ୍ଟାଲରେ ୫ କିଲୋଗ୍ରାମ୍ ଧାନ କଟନି ପାଇଁ ସ୍ଥିର ହୋଇଥିଲା ।

ମାତ୍ର ମିଲର ଧାନ ନିମ୍ନମାନର ଦର୍ଶାଇ ଏକ କ୍ଵିଣ୍ଟାଲରେ ୫ କିଲୋଗ୍ରାମ୍ ରୁ ଅଧିକ କଟନୀ କରୁଛନ୍ତି । ଏପରିକ ଏକ କ୍ଵିଣ୍ଟାଲ୍‌ ରେ ୨୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଧାନ କଟନୀ କରୁଥିବା ଚାଷୀ ଅଭିଯୋଗ ଆଣିଛନ୍ତି । ବାତ୍ୟା ଜୱାଦ୍ ପାଇଁ ଧାନର ମାନ କମ୍ ଥିବା ଅନୁମାନ କରାଯାଉଛି । ଯେଉଁଥିପାଇଁ ଏହି ସମସ୍ୟା ଦେଖା ଯାଇଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଧାନ କିଣୁଥିବା ମିଲର କର୍ମଚାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.