ଧାନ କିଣାରେ ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଅଡି ବସିଛନ୍ତି ଚାଷୀ, ଅତାବିରାରେ ଧାନ ଢାଳି ଚାଷୀଙ୍କ ପ୍ରତିବାଦ

Published By : Prameya-News7 Bureau | November 21, 2019 IST

ବରଗଡ।ସମ୍ବଲପୁର ୨୧।୧୧: ତେଜୁଛି ପଶ୍ଚିମଓଡିଶା ଚାଷୀ ଆନ୍ଦୋଳନ । ଟୋକନ୍ ମାଧ୍ୟମରେ ଧାନ କିଣା ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଅଡ଼ି ବସିଥିବା ପଶ୍ଚିମ ଓଡ଼ିଶାର ଚାଷୀମାନେ । କୌଣସି ପ୍ରକାରରେ ସାଲିସ କରିବା ପାଇଁ ପ୍ରସ୍ତୁତ ନାହାନ୍ତି ଚାଷୀ। ବାମରାରୁ ବରପାଲି, ଆଜି ୫୪ଟି ଚାଷୀ ସଂଗଠନ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ।

{"id":187449,"sizeSlug":"large"}

ଜିଲ୍ଲାର ୪୨ଟି ଚାଷୀ ସଂଗଠନ ଏନେଇ ଗାଁ ଗାଁରେ ବୈଠକ କରି ଚାଷୀମାନଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି । ପୂର୍ବଭଳି ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ମଣ୍ଡିରେ ଧାନ ବିକ୍ରି ପାଇଁ ସେମାନେ ଦାବି କରିଛନ୍ତି ।

{"id":187450,"sizeSlug":"large"}

ଆଜି ସମ୍ବଲପୁରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିନିଧିଙ୍କ ସହ ଚାଷୀ ନେତା ଆଲୋଚନା କରିବେ । ଆଗରୁ ଧାନ ଗାଡି ରଖି ଚାଷୀମାନେ ଜିଲ୍ଲାପାଳଙ୍କ ବାସଭବନ ଏବଂ ପଶ୍ଚିମଓଡିଶା ବିଧାୟକଙ୍କ ବାସଭବନ ଘେରାଉ କରିଥିଲେ ।

{"id":187451,"sizeSlug":"large"}

ସେପଟେ ବରଗଡ଼ରେ ମଧ୍ୟ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ତୀବ୍ର ବିରୋଧ । ଅତାବିରା ଥାନା ଗୋଡଭଗା ଜାତୀୟ ରାଜପଥରେ ଧାନ ଢାଳିବା ସହ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଗତକାଲି ବିଳମ୍ବିତ ରାତି ଯାଏଁ ଜିଲ୍ଲାପାଳ ଚାଷୀ ସଂଗଠନଙ୍କ ସହ ଆଲୋଚନା କରିଥିଲେ ବି କିଛି ନିର୍ଯ୍ୟାସ ବାହାରିପାରିନି । ସେହିପରି ଅତାବିରା ପୋଲିସ ଷ୍ଟେସନରେ ଡିଆଇଜି ହିମାଂଶୁ ଲାଲଙ୍କ ସହ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି । ତେଣୁ ଦାବି ପୂରଣ ପାଇଁ ଆଜି ଚାଷୀ ସଙ୍ଗଠନଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

{"id":187452,"sizeSlug":"large"}

ଅ୍ୟପଟେ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ ବିଧାନସଭାରେ ଉଠାଇ ଗୃହରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ସରକାର ଟୋକନ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର ଦାବି କରି କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ବାତିଲ କରି ଏ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଦାବି କରିଥିଲେ । କଂଗ୍ରସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିବା ସହ ବାଚସ୍ପତି ଏନେଇ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.