Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଲୁଣା ପାଣିରେ ଉଜୁଡିଯିବ ଡାଳୁଅ ଧାନ, ହଦଗଡ ଡ୍ୟାମରୁ ପାଣି ଛାଡିବା ପାଇଁ ଗଣ ଧାରଣା

10/03/2021 at 4:46 PM

ଭଦ୍ରକ, ୧୦/୦୩: ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଡାଳୁଅ ଧାନ ଚାଷ । ପାଣି ପାଇଁ ଏବେ ଚାଷୀ ଡହଳବିକଳ ହେଉଛନ୍ତି । ଲୁଣା ପାଣିରୁ ଚାଷକୁ ରକ୍ଷା କରିବା ପାଇଁ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଛନ୍ତି । ଖରାଟିଆ ଚାଷ ପାଇଁ ଏହି ଚାଷୀମାନେ ଡାଳୁଅ ଧାନର ଚାଷ କରିଥାନ୍ତି । ସାଳନ୍ଦି ନଦୀର ପାଣି ଚାଷ ଉପଯୋଗୀ ହୋଇଥାଏ । କିନ୍ତୁ ଏଥର ନଦୀର ବିଭିନ୍ନ ସ୍ଥାନରେ ଅବରୋଧ ଯୋଗୁଁ ପାଣି ଅଟକି ରହିଥିବାରୁ ଖରାଟିଆ ଚାଷ ହୋଇପାରୁ ନାହିଁ ।

ଏମିତି ସମୟରେ ଚାଷ ଜମିକୁ ଏବେ ଲୁଣା ପାଣି ମାଡୁଛି ଓ ଚାଷ ନଷ୍ଟ ହେବାକୁ ବସିଲାଣି । ଏପରି ସ୍ଥିତିରେ ଚାଷ ଜମିକୁ ପାଣି ଯୋଗାଇଦେବା ସହ ସାଳନ୍ଦି ନଦୀରେ ଅବରୋଧ ହଟାଇବା ଓ ଜବରଦଖଲ ଉଠାଇବା ଦାବିରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧରଣା ଦେଇଛନ୍ତି । ଚାଷ ପାଇଁ ହଦଗଡ ଡ୍ୟାମରୁ ପାଣି ଯୋଗାଇବା ପାଇଁ ମଧ୍ୟ ସେମାନେ ଦାବି କରିଥିବା ଜଣାପଡ଼ିଛି । 

   Related Posts