ଧାନ ସଂଗ୍ରହ ପାଇଁ ମଣ୍ଡିରେ ଆଜି ଶେଷ ଦିନ, ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

Published By : Prameya-News7 Bureau | March 06, 2021 IST

wp:heading {"level":5}
ନୀଳଗିରି, ୦୬/୦୩: ଟୋକନ ପାଇଥିବା ଚାଷୀ ମାନଙ୍କର ଧାନ ବିକ୍ରି ତାରିଖର ଆଜି ଶେଷ ଦିନ ଥିବାରୁ ଧାନ କିଣା ନହେବା ଯୋଗୁଁ ଧାନମଣ୍ଡିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କିଛି ଚାଷୀ ହାତରେ ବିଷ ବୋତଲ ଧରି ଧାରଣାରେ ବସିଥିବା ନଜରକୁ ଆସିଛି । ଏଭଳି ଘଟଣା ନୀଳଗିରିର ନିଜଗଡ଼ ସେବା ସମବାୟ ସମିତି ଅଫିସ ଆଗରେ ଦେଖିବାକୁ ମିଳିଛି ।
/wp:heading wp:heading {"level":5}
ସୂଚନାଯୋଗ୍ୟ, ନୀଳଗିରି ସେବା ସମବାୟ ସମିତି ତରଫରୁ ବହୁ ଚାଷୀ ଋଣ ନେଇ ଚାଷ କରି ନିଜର ପରିବାର ଗୁଜରାଣ ମେଣ୍ଟାନ୍ତି । ହେଲେ ଏବେ ଧାନ ବିକ୍ରି କରି ନପାରିଲେ କେମିତି ଋଣ ସୁଝିବେ ତା ସହ ପରିବାର କେମିତି ପ୍ରତିପୋଷଣ କରିବେ ସେହି ଚିନ୍ତା ଚାଷୀଙ୍କୁ ଘାରିଛି । ଆଜି ଧାନ ବିକ୍ରି ନହେଲେ ଟୋକନ ଲ୍ୟାପ୍ସ ହୋଇଯିବ ଦାବି କରି ଧାନ ବିକ୍ରିକୁ ଅଡି ବସିଥିଲେ ଚାଷୀ ।
/wp:heading wp:heading {"level":5}
ହେଲେ ଧାନ କିଣା ନଯିବାରୁ ଆଜି ସନ୍ଧ୍ୟାରେ ହାତରେ ବିଷ ବୋତଲ ଧରି ଧାରଣାରେ ବସିଛନ୍ତି ଚାଷୀ । ତୁରନ୍ତ ପଦକ୍ଷେପ ନନେଲେ ବିଷ ପିଇ ଆତ୍ମହତ୍ୟା କରିବା ସହ ଏଥିପାଇଁ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚାଷୀ ନେତା ଯଶୋଦା ନନ୍ଦନ ସିଂହ, ଚିତ୍ତରଞ୍ଜନ ଶତପଥୀ, ବିଦ୍ୟାଧର ପଣ୍ଡିତ, ବାବୁ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.