ଧାନ ମଣ୍ଡିରେ ଚାଷୀ ହନ୍ତସନ୍ତ; ଗ୍ରାଉଣ୍ଡ ଜିରୋରେ ନ୍ୟୁଜ ସେଭେନ, କମ ଦାମରେ ବିକ୍ରି ହେଉଥିଲେ ରାଜନୀତିରୁ ସନ୍ୟାସ ନେବି କହିଲେ ସୂର୍ଯ୍ୟପାତ୍ର, ବିଜେପି କହିଲା ଗାଲୁଆଙ୍କ ବାରବାଟୀ ଚାଷ

Published By : Prameya-News7 Bureau | January 11, 2019 IST

ଭୁବନେଶ୍ବର୧୧|୧ ଚାଷୀଙ୍କ ସ୍ବାର୍ଥ ନେଇ ନେଇ ଗତ କିଛିଦିନ ହେଲା ଜୋର୍‌ ଧରିଛି ରାଜନୀତି ।ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଭିତରେ ଆଟାକ୍-କାଉଣ୍ଟର ଆଟାକ୍ ଚାଲିଛି ।କିନ୍ତୁ ଏହା ଭିତରେ ଚାଷୀ ଓ ତାହାର ଫସଲ କେମିତି ଅଛି ? ବାସ୍ତବ ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ନ୍ୟୁଜ୍ 7 ଟିମ୍ । ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।ସେପଟେ ଏ ଘଟଣାକୁ ନେଇ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ।…

{"id":72850,"width":583,"height":365}

ବର୍ଷସାରାର ଝାଳବୁହା ଫସଲ ପଡ଼ିଛି ମଣ୍ଡିରେ ।ହେଲେ କିଣିବାକୁ କେହି ନାହିଁ । ଦିନ ରାତି ଜଗି ବସିଛି ଚାଷୀ ।କାକରରେ ପଡ଼ିଛି ଧାନ ।ହେଲେ କାହାରି ଦେଖା ନାହିଁ । ନ୍ୟୁଜ୍‌ 7ର ଗ୍ରାଉଣ୍ଡ ଜିରୋ ପରଖିଛି ଏମିତି ସ୍ଥିତି ।ଏ ହେଉଛି ନୂଆପଡ଼ା ଜିଲ୍ଲା କୁରୁମପୁରି ମଣ୍ଡିର । ଲଖନା ସମବାୟ ସମିତି ଜରିଆରେ ଚାଲିଥିବା ମଣ୍ଡିରେ କେତେବେଳେ ମିଲର୍ସଙ୍କ ଦେଖାନାହିଁ ତ ଆଉ କେତେବେଳେ ପେକ୍ସ କର୍ମଚାରୀଙ୍କ ।ସୁବର୍ଣ୍ଣପୁରରରୁ ବି ସମାନ ଅଭିଯୋଗ ।ବୀରହାରାଜପୁର ବ୍ଲକ ହିଲୁଙ୍ଗା ମଣ୍ଡିରେ ୧୫ ଦିନ ହେଲା ମିଲର୍ସ ଆସୁ ନାହାନ୍ତି ।ଖୋଲା ଆକାଶ ତଳେ ପଡ଼ି ରହିଛି ୧୩ ହଜାରରୁ ଅଧିକ ଧାନ ବସ୍ତା । ଠିକ୍ ଏମିତି ଅବସ୍ଥା ବରଗଡ଼ ଜିଲ୍ଲାର ଅଧିକାଂଶ ମଣ୍ଡିରେ ବି ଦେଖିବାକୁ ମିଳୁଛି । ସେପଟେ ମୟୂରଭଞ୍ଜର ବେତନଟୀରେ ମଧ୍ୟ ଚାଷୀର ଧାନ ବିକ୍ରି ବେଳେ କଟନୀ ଛଟନୀ ହେଉଛି ।…

{"id":72851}

ସାରା ରାଜ୍ୟରେ ଚାଷୀଙ୍କ ଏ ସମସ୍ୟା ସଂପର୍କିତ ଖବରକୁ ନେଇ ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର ।ଜବାବରେ ଯୋଗାଣ ମନ୍ତ୍ରୀ ଆଜି ଯାଏଁ ଧାନ ସଂଗ୍ରହର ହିସାବ ରଖିଛନ୍ତି । କୌଣସି ମଣ୍ଡିରେ ଚାଷୀ ୧୭୫୦ରୁ କମ୍ ମୂଲ୍ୟରେ ଧାନ ବିକୁଥିବାର ପ୍ରମାଣ ହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ଚାଷୀଙ୍କୁ ଏମଏସପିରେ ରାଜ୍ୟ ବୋନସ୍ ଦେବାରେ କେନ୍ଦ୍ର ଅନ୍ତରାୟ ହେଉଥିବା ପାଲଟା ଆରୋପ ଲଗାଇଛନ୍ତି । ଯାହାର ଉତ୍ତରରେ  ବିଜେପି କହିଛି ଏହା ହଉଛି ଗାଲୁଆଙ୍କ ବାରବାଟୀ ଚାଷ । …

{"id":72852}

ନିର୍ବାଚନ ପାଖେଇ ଆସୁଥିବା ବେଳେ ଚାଷୀଙ୍କ ପାଇଁ ଦରଦ ଦେଖାଇବାକୁ ଏସି ରୁମରେ ନେତାଙ୍କ ବୟାନବାଜି ତେଜ୍ ।କିନ୍ତୁ ମଣ୍ଡିରେ ଧାନ ବିକିବାକୁ ଶୀତ କାକରରେ ପଡ଼ିରହିଛି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.