ନିଆରା ଓଡିଆ ଶସ୍ୟଶିଳ୍ପୀ- କିଆରିରେ କଳା, ଧାନ କିଆରିରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ କଳାକୃତୀ କଲେ ଚାଷୀ ପ୍ରାଣ ରଞ୍ଜନ
23/10/2019 at 4:34 PM

ଜୟପାଟଣା ୨୩।୧୦ ଧାନ କିଆରିରୁ ସମାଜକୁ ବାର୍ତ। । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଚଂଳର ଆଗ୍ରଣୀ ଚାଷୀ ଙ୍କ ନିଆରା ଉଦ୍ୟମ । ପ୍ରତ୍ୟେକ ବର୍ଷ ବିଶ୍ବ ତଥା ଜାତୀୟ ପ୍ରସଗଂକୁ ନେଇ ସଚେତନତା ସୃଷ୍ଟି କରି ଉଦ୍ଦାହରଣ ପାଲଟିଛନ୍ତି ପ୍ରାଣ ରଞ୍ଜନ ବେହେରା ।

ଧାନ ବିଲରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗ । ଗେ।ଟିଏ ରାଷ୍ଟ୍ର ଓ ଗେ।ଟିଏ ସମ୍ବିଧାନର ବାର୍ତ୍ତା । ଧାନ କ୍ଷେତରେ ଏଭଳି କଳାକୃତି କରିଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଚାଷୀ ପ୍ରାଣ ରଞ୍ଜନ ବେହେରା । ଧାନ ତଳିରେ ସମାଜକୁ ଏଭଳି ବାର୍ତ୍ତା ଦେଇଛନ୍ତି ପ୍ରାଣ ରଞ୍ଜନ । ଏହି କଳାକୃତି ଯେ।ଗୁଁ ସେ।ସିଆଲ ମିଡିଆରୁ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ପ୍ରାଣ ରଞ୍ଜନ ଏବଂ ତାଙ୍କ ଟିମ୍ ।

କେବଳ ନିଆରା କଳାକୃତି ନୁହଁ, ରେକର୍ଡ ସଂଖ୍ୟାର ଧାନ ଉତ୍ପାଦନ କରି ପ୍ରଶଂସା ସାଉଣ୍ଟିଛନ୍ତି ଏହି ସଫଳ ଚାଷୀ ।୨୦୧୩-୧୪ରେ ବିନା ରସାୟନ ସାର ପ୍ରୟୋଗରେ ଏକର ପ୍ରତି ୪୦ କ୍ବିଣ୍ଟାଲ ଧାନ ଉତ୍ପାଦନ କରି ପୁରସ୍କୃତ ହୋଇଛନ୍ତି । ଶିଶୁ ଭୃଣ ହତ୍ୟା , ସମସ୍ତଙ୍କ ପାଇଁ ଶିକ୍ଷା , ସ୍ବଚ୍ଛ ଭାରତ ଅଭିଯାନ ପ୍ରମୁଖ ବାର୍ତ। କୁ ନେଇ ଏହି ଅଭିନବ ପ୍ରୟାସ ବେଶ୍ ଆଦୃତ ଲାଭ କରିଛି ।

ଚାଷକୁ ନେଇ ବିଭିନ୍ନ ପ୍ରୟୋଗ ଜାରି ରଖିଥିବା ବେଳେ ଧାନ କିଆରୀ ରୁ ସମାଜ କୁ ବାର୍ତ। ଲୋକଙ୍କ ମଧ୍ୟ ରେ ନିଶ୍ଚିତ ସଚେତନତା ସୃଷ୍ଟି କରିବ ।
