ସିପିଆଇ(ଏମ୍) ପକ୍ଷରୁ ବିଶାଳ ଚାଷୀ ପଦଯାତ୍ରା
4/02/2019 at 11:55 AM

ଛତ୍ରପୁର ୪|୨: ଗଞ୍ଜାମ ଜିଲ୍ଲା ହୁମ୍ମାଠାରୁ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସିପିଆଇ(ଏମ୍) ପକ୍ଷରୁ ବିଶାଳ ଚାଷୀ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ହଜାର ହଜାର ଚାଷୀ ସାମିଲ୍ ହୋଇଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ଟଙ୍କା କରିବା, କୁଇଣ୍ଟାଲ ପିଛା ୭୫୦ଟଙ୍କା ବୋନସ୍, ଚାଷୀଙ୍କୁ ମାସିକ ୩ହଜାର ଟଙ୍କା ପେନସନ୍, ଦୈନିକ ମଜୁରୀ ୬ଶହ ଟଙ୍କା କରିବା ଭଳି ପ୍ରମୁଖ ଦାବି ନେଇ ବିଶାଳ ପଦଯାତ୍ରା କରାଯାଇଥିଲା ସିପିଆଇ(ଏମ୍) ପକ୍ଷରୁ କୁହାଯାଇଛି । ଚାଷୀଙ୍କ ସ୍ବାର୍ଥ ପ୍ରତି ଯେଉଁ ସରକାର ଗୁରୁତ୍ବ ଦେଇନାହାନ୍ତି ସେହି ସରକାରକୁ ଗାଦିଚ୍ୟୁତ କରାଯିବ ବୋଲି କୁହାଯାଇଛି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021