ନିଜସ୍ୱ ଦେଶୀ ଜ୍ଞାନ କୌଶଳରେ ଧାନ ଭରା ଯନ୍ତ୍ର ଆବିଷ୍କାର କଲେ ଅଳ୍ପ ଶିକ୍ଷିତ ଚାଷୀ ସଦାନନ୍ଦ ବୁଦ୍ଧିଆ
24/11/2019 at 10:05 AM

ବରଗଡ଼ ୨୪/୧୧: କୁହାଯାଏ ଆଵଶ୍ୟକତା ହିଁ ଉଦ୍ଭାବନର ଜନନୀ । ତେଣୁ ଜଣେ ଅଳ୍ପ ଶିକ୍ଷିତ ଚାଷୀ ଶ୍ରମିକ ସମସ୍ୟା ଦୂର କରିବା ଲାଗି ନିଜସ୍ବ ଉଦ୍ୟମ ତଥା ସ୍ବଦେଶୀ ଜ୍ଞାନ କୌଶଳର ଉପଯୋଗ କରି ତିଆରି କରିଛନ୍ତି ଧାନ ଭରା ଯନ୍ତ୍ର ।

ଏହି ଯନ୍ତ୍ର ଦେଖିବାକୁ ଖୁବ ସାଧାରଣ ଲାଗୁଥିଲେ ହେଁ ଯେହେତୁ ଅନ୍ୟ କେହି ଏ ବିଷୟରେ ଚିନ୍ତା କରିନଥିଲେ କି ବ୍ୟବହାର ଆରମ୍ଭ କରି ନ ଥିଲେ ତେଣୁ ଏହି ଯନ୍ତ୍ରର ଗୁରୁତ୍ୱ ବହନ କରୁଛି ।

ଏହି ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ସରକଣ୍ଡା ଗ୍ରାମର ସଦାନନ୍ଦ ବୁଦ୍ଧିଆ । ସଦାନନ୍ଦଙ୍କ ଏହି ନୂତନ ଉଦ୍ଭାବନ ଅନେକଙ୍କ ପାଇଁ ପ୍ରେରଣା ପାଲଟିବା ସହ ସାଉଁଟିଛି ଅନେକ ପ୍ରଶଂସା ।

Related Posts
ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ, ଗୃହପାଳିତ ପଶୁଙ୍କୁ କରୁଛି ଆକ୍ରମଣ
22 January 2021