ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

Published By : Prameya-News7 Bureau | July 28, 2020 IST

କଳାହାଣ୍ଡି ୨୮।୦୭ : ଚାଷ ଜମିରେ ହଳ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣଙ୍କ ନାମ କୈଳାଶ ଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନିପୁର ଗାଁର ଘଟଣା ।

ସୂଚନାଯୋଗ୍ୟ ଯେ, କୈଳାଶ ଆଜି ସକାଳ ସମୟରେ ନିଜ ଚାଷ ଜମିରେ ହଳ କରୁଥିଲେ । ତେବେ ହଳ କରୁଥିବା ସମୟରେ ହଠାତ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.