ଚାଷ କରିବାକୁ ଯାଇ ପ୍ରାଣ ହରାଇଲେ ଚାଷୀ, ଟ୍ରାକ୍ଟର ଓଲଟି ଜଣେ ମୃତ
2/01/2021 at 5:37 PM

ଢେଙ୍କାନାଳ ୨।୧: ଚାଷ କରିବାକୁ ଯାଇ ଓଲଟି ପଡିଲା ଟ୍ରାକ୍ଟର । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଶୋରିସିଆ ପଦା ରାମେଇ ଗ୍ରାମରେ । ମୃତକ ଜଣଙ୍କ ରାମେଇ ଗ୍ରାମର ଟୁକୁ ମାହାନ୍ତ ବୋଲି ଜଣାପଡିଛି ।
ଟୁକୁ ଜଣେ ଚାଷୀ ଓ ଟ୍ରାକ୍ଟର ଯୋଗେ ବିଲକୁ ଚାଷ କରିବାକୁ ଯାଇ ଘରକୁ ଫେରିଥିଲେ । ମାତ୍ର ବିଲ ପାଖରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ସେ ଟ୍ରାକ୍ଟର ତଳେ ଚାପିହୋଇ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଗଁନ୍ଦିଆ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।