ଜମିରେ ଚାଷ କରୁଥିବା ବେଳେ ବଜ୍ରାଘାତରେ ଚାଲିଗଲା ଚାଷୀଙ୍କ ଜୀବନ

Published By : Prameya-News7 Bureau | July 04, 2021 IST

ବଲାଙ୍ଗୀର ୪।୭: ବଲାଙ୍ଗୀର ସଇଁତଳା ଅଞ୍ଚଳରେ ବଜ୍ରପାତ । ଚାଲିଗଲା ଜଣଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ବେଲଗାଁ ଅଞ୍ଚଳରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପିପୃଟ ଗାଁର ୫୦ ବର୍ଷ ବୟସ୍କ ଧନୁ ରଣା ।

ସୂଚନାଯୋଗ୍ୟ ଯେ, ଧନୁ ରବିବାର ସକାଳ ୧୦ଟା ସମୟରେ ନିଜ ଚାଷ ଜମିକୁ ହଲ କରିବା ପାଇଁ ଯାଇଥିଲେ । ସେହି ସମୟରେ ପ୍ରବଳ ବର୍ଷା ହେବା ସହ ଘଡଘଡି ଆରମ୍ଭ ହୋଇଥିଲା । ଧନୁ ନିକଟରେ ଥିବା ଏକ ଗଛ ମୂଳେ ରହିଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ଧନୁଙ୍କ ଦେହରେ ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ପରିବାର ଲୋକ ଖବର ପାଇବା ପରେ ତାଙ୍କୁ ଉଦ୍ଧାର କରି ସଇଁତଳା ଡାକ୍ତରଖାନାକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.