ଜାତୀୟ ରାଜପଥରେ ମାତିଲେ ହାତୀପଲ, ବିଲକୁ ଯାଇଥିବା ଚାଷୀଙ୍କୁ ପାଦରେ ଦଳିଦେଲା ଦନ୍ତା

Published By : Prameya-News7 Bureau | September 29, 2021 IST

ଢେଙ୍କାନାଳ ୨୯।୯: ଢେଙ୍କାନାଳରେ ହାତୀ ଉପଦ୍ରବ ଏବେ ବଢିବାରେ ଲାଗିଛି । ହାତୀପଲ କେତେବେଳେ ଗାଁକୁ ପଶୁଛନ୍ତି ତ ଆଉ କେତେବେଳେ ରାଜପଥରେ ଘୂରିବୁଲୁଛନ୍ତି । ଏପରିକି ବୁଧବାର ଢେଙ୍କାନାଳ ସଦର ଅଞ୍ଚଳର କାଣ୍ଡବିନ୍ଧା ଗ୍ରାମରେ ଜଣେ ଚାଷୀ ବିଲକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ପାଦରେ ଦଳିଦେଇଛି ।

{"id":519401,"width":755,"height":415,"sizeSlug":"full","linkDestination":"none"}

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଉକ୍ତ ଗ୍ରାମର ନାରାୟଣ ରାଉତ ବୋଲି ଜଣାପଡିଛି । ସେପଟେ ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆବାହାଳ ନିକଟରେ ହାତୀପଲ ୫୫ନମ୍ବର ଜାତୀୟ ରାଜପଥକୁ ଆସିଥିଲେ । ଫଳରେ କଟକରୁ ସମ୍ବଲପୁରକୁ ଯୋଗାଯୋଗ କରୁଥିବା ଏହି ରାଜପଥରେ ସାଧାରଣ ଯାତାୟାତ ପ୍ରାୟ ଏକ ଘଣ୍ଟା ଧରି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.