ବିଲରେ ଚାଷୀଙ୍କୁ କଚାଡି ମାରିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଅନ୍ୟ ଜଣେ

Published By : Prameya-News7 Bureau | September 28, 2020 IST

ଢେଙ୍କାନାଳ ୨୮।୯: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳର ବେଡାପଡା ଗ୍ରାମ ନିକଟରେ ଚାଷୀଙ୍କୁ ହାତୀ ଆକ୍ରମଣ କରିଛି । ବାବନ୍ଧ ଫରେଷ୍ଟ ସେକ୍ସନର ବେଡାପଡା ବିଲମାଲରେ ଜଣେ ଚାଷୀଙ୍କୁ ଏକ ଦନ୍ତା ହାତୀ କଚାଡି ପାଦରେ ବିଲରେ ଚାପି ଦେଇଛି । ଫଳରେ ଚାଷୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣଙ୍କ ବେଡାପଡା ଗ୍ରାମର ଭୋଳେଶ୍ବର ଦେହୁରୀ ବୋଲି ଜଣାପଡିଛି ।

{"id":335543,"sizeSlug":"large"}

ରବିବାର ରାତିରେ ଭୋଳେଶ୍ବର ଓ ଅନ୍ୟଜଣେ ଚାଷୀ ବିଲକୁ ପାଣି ଦେଖିବାକୁ ଯାଇଥିବା ବେଳେ ଏହି ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ତେବେ ଅନ୍ୟ ଜଣେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଏପରିକି ଭୋଳେଶ୍ବରଙ୍କୁ ହାତୀ ଧାନବିଲରେ ପାଦରେ ଚାପି ଦେଇଥିବାରୁ କାଦୁଅରେ ତାଙ୍କ ମୃତଦେହ ପୋତି ହୋଇ ରହିଥିବା ଦେଖାଯାଇଛି । ଖବର ପାଇ ସୋମବାର ବନ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.