ବ୍ୟର୍ଥ ଯିବନି ଚାଷୀଙ୍କ ବଳିଦାନ, ଆଉ ଧୈର୍ଯ୍ୟର ପରୀକ୍ଷା କରନ୍ତୁନି ସରକାର : ଟିକାୟତ

Published By : Prameya-News7 Bureau | January 02, 2021 IST

ଗାଜିଆବାଦ ୨।୧: ସଂଶୋଧିତ କୃଷିଆଇନ ବିରୋଧରେ ଦିଲ୍ଲୀକୁ ଘେରି ରହିଥିବା ଚାଷୀଙ୍କ ମଧ୍ୟରୁ ଜଣକ ପରେ ଜଣେ ପ୍ରାଣ ହରାଇବାରେ ଲାଗିଛନ୍ତି। ଅତ୍ୟାଧିକ ଥଣ୍ଡା ଯୋଗୁ କେତେକ ବୟସ୍କ ଚାଷୀ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଅଧୈର୍ଯ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଯାହା ବିକ୍ଷୋଭରତ ଅନ୍ୟ ଚାଷୀଙ୍କୁ ଏବେ ପ୍ରଭାବିତ କରିଛି। ଏଥିରେ ଚାଷୀ କାଶ୍ମୀର ସିଂହଙ୍କ ଆତ୍ମହତ୍ୟାରେ କୃଷକ ନେତା ଚୌଧୁରୀ ରାକେଶ ଟିକୈତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସରକାର ଚାଷୀଙ୍କ ଦାବି ମାନିବେ କି ଜିଦ୍‌ରେ ପ୍ରଣିତ ନିଜ ଆଇନ ଜାରି ରଖିବେ ସେ ନେଇ ନିଷ୍ପତ୍ତି ନେବାରେ ଏତେ ବିଳମ୍ବ କାହିଁକି ବୋଲି ଟିକୈତ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନ ସ୍ଥଳରେ ଏପର୍ଯ୍ୟନ୍ତ ୪୭ ଜଣ ଚାଷୀଙ୍କ ମୃତ୍ୟୁ ହେଲାଣି। ଆନ୍ଦୋଳନରେ ମୃତ ଜଣେ ବି ଚାଷୀର ବଳିଦାନ ବ୍ୟର୍ଥ ଯିବନି ବୋଲି ଟିକୈତ କହିଛନ୍ତି। ଏଣୁ ସରକାର ଚାଷୀଙ୍କ ଧୈର୍ଯ୍ୟର ଆଉ ପରୀକ୍ଷା ନ ନେଇ ନିଜ ନିଷ୍ପତ୍ତି ଶୁଣାଇ ଦିଅନ୍ତୁ ବୋଲି କୃଷକନେତା  କହିଛନ୍ତି।

ସରକାର ଦେଶରେ ମିଲ ମାଲିକଙ୍କ ସପକ୍ଷରେ ଛିଡା ହୋଇଛନ୍ତି। ଏହା ଉତ୍ତରପ୍ରଦେଶ ଆଖୁଚାଷୀଙ୍କ ବିକ୍ରିରୁ ଜଣାପଡିଗଲାଣି। କୌଣସି ଦ୍ରବ୍ୟ ବଜାରକୁ ଆସିଲେ ଦର ହୁଏନି। ଏହାର ଦର ପୂର୍ବରୁ ଧାର୍ଯ୍ୟ ଥାଏ ବୋଲି ଟିକୈତ କହିଛନ୍ତି। ତେବେ ୟୁପିରେ ଆଖୁଚାଷୀଙ୍କୁ ଦିଆଯାଉଥିବା ଟୋକନର ଶୁନଶୁନ ଲେଖି ଦିଆଯାଉଥିବା ଟିକୈତ ଅଭିଯୋଗ କରିଛନ୍ତି। ଏଣୁ ୟୁପି ସରକାର ଆକୁ ଚାଷୀଙ୍କ ବକେୟା ୪ ହଜାର କୌଟି ଟଙ୍କା ତୁରନ୍ତ ପୈଠ କରନ୍ତୁ ବୋଲି ଦାବି କରିଛନ୍ତି। ସେପଟେ ଚାଷୀ କାଶ୍ମୀର ସିଂହଙ୍କ ଆତ୍ମହତ୍ୟାକୁ ନେଇ ଅନ୍ୟ କୃଷକନେତାମାନେ ଆଉ ସରକାରଙ୍କୁ ଅପେକ୍ଷା ନ କରି କରୋ ନହେଲେ ମର ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.