Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଟ୍ରାକ୍ଟର ପରେଡ୍ ହିଂସା ପରେ ବ୍ୟାକଫୁଟ୍‌ରେ କୃଷକ ସଂଗଠନ, ଫେବୃଆରୀ ୧ ସଂସଦ ମାର୍ଚ୍ଚ ସ୍ଥଗିତ

27/01/2021 at 9:16 PM

ନୂଆଦିଲ୍ଲୀ ୨୭।୦୧: ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ପରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ବ୍ୟାକଫୁଟ୍‌ରେ। କୃଷକ ସଂଗଠନ ଫେବୃଆରୀ ୧ରେ ପ୍ରସ୍ତାବିତ ସଂସଦ ମାର୍ଚ୍ଚ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ଏଥିସହ ହିଂସା ପାଇଁ ନିଜକୁ ନୈତିକ ଭାବେ ଦାୟୀ କରିଛନ୍ତି।

ବୁଧବାର ସିଙ୍ଘୁ ବର୍ଡରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ବଲବୀର ରାଜେଓ୍ଵାଲା ସଂସଦ ପର୍ଯ୍ୟନ୍ତ ରାଲି ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ଆଗାମୀ ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଘୋଷଣା କରାଯିବ ବୋଲି ସେ କହିଛନ୍ତି।

କୃଷକ ନେତା ରାଜେଓ୍ଵାଲା ସରକାର ଷଡଯନ୍ତ୍ର ରଚି ଆନ୍ଦୋଳନ ଭାଙ୍ଗିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ, କୃଷକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି। ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ୍ ପାଇଁ ଆମେ ପାଞ୍ଚଟି ରୁଟ୍ ସ୍ଥିର କରିଥିଲୁ। ଆନ୍ଦୋଳନକୁ ବଦନାମ କରିବା ପାଇଁ ଗୋଟିଏ ସଂଗଠନ ସର୍ବପ୍ରଥମେ ଦିଲ୍ଲୀରେ ପ୍ରବେଶ କରି ଆମେ ଲାଲକିଲ୍ଲା ଯାଉଥିବା ଘୋଷଣା କରିଛନ୍ତି।

ସେ କହିଛନ୍ତି, ଭୁଲ୍ ରୁଟ୍‌ରେ ଯିବା ପରେ ବି ପୋଲିସ ଗିରଫ କରିନଥିଲା। ଓଲଟା ଉପଦ୍ରବୀଙ୍କୁ ଭିତରକୁ ପଶିବାକୁ ଦେଇଥିଲା। ଷଡଯନ୍ତ୍ର ଆଧାରରେ କିଛି ଉପଦ୍ରବୀ ଦିଲ୍ଲୀ ଭିତରକୁ ପଶିଥିଲେ। ରାଜଓ୍ଵାଲା କହିଛନ୍ତି, ଦୀପ ସିଦ୍ଧୁ ରାଷ୍ଟ୍ରୀୟ ସ୍ଵଂୟ ସହାୟକ ସଂଘ(ଆରଏସଏସ)ର ଏଜେଣ୍ଟ ଏବଂ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହାଙ୍କ ଖାସ୍ ଲୋକ।

କିଷାନ ନେତା ଦର୍ଶନ ପାଲ କହିଛନ୍ତି, ଫେବୃଆରୀ ୩୦ରେ ସମଗ୍ର ଦେଶରେ ସାଧାରଣ ସଭା ଓ ଆମରଣ ଅନଶନ ଆୟୋଜନ କରାଯିବ। ଆମର ଆନ୍ଦୋଳନ ଜାରି ରହିବ। ଷଡଯନ୍ତ୍ର ଆଧାରରେ ଟ୍ରାକ୍ଟର ଶୋଭାଯାତ୍ରା ପ୍ରଭାବିତ ହୋଇଛି। ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ ଦିନ ସଂସଦ ମାର୍ଚ୍ଚ ରଦ୍ଦ କରାଯାଉଛି। କୃଷକ ଟ୍ରାକ୍ଟର ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଉପରେ ସ୍ଵରାଜ ଇଣ୍ଡିଆର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି, ଲାଲକିଲ୍ଲା ଘଟଣାକୁ ନେଇ ଆମେ ଦୁଃଖିତ ଏବଂ ଆମେ ଏଥିପାଇଁ ନିଜକୁ ନୈତିକ ଭାବେ ଦାୟୀ କରୁଛୁ।

   Related Posts