Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଚେଇଁ ଉଠିଲେଣି ଚାଷୀ ! ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ନେତାଙ୍କୁ ଘେରିବାକୁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

5/06/2021 at 9:48 PM

ନୂଆଦିଲ୍ଲୀ ୦୫/ ୦୬ : ନୂଆ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ କୃଷକ ସଗଂଠନ । କିଛି ଦିନର ନିରବତା ପରେ ପୁଣି ଚାଷୀ ସଂଗଠନ ଗୁଡିକ ସକ୍ରିୟ ହୋଇ ଉଠିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନେବା ନେଇ ରୋକଠୋକ ମନାକରିଛନ୍ତି । ସେପଟେ କିନ୍ତୁ ନିଜ ଜିଦରେ ଅଟଳ ଚାଷୀ । ଏ ନେଇ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନଥିବାରୁ ଚାଷୀମାନେ ମଧ୍ୟ ଦିଲ୍ଲୀ ସୀମା ଛାଡି ଯାଉନାହାନ୍ତି ।

ଏହାରି ମଧ୍ୟରେ ଚାଷୀ ନେତା ରାକେଶ ଟିକାୟତ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)କୁ ଘେରିଛନ୍ତି । ଚାଷୀଙ୍କ ସ୍ବାର୍ଥ ତଥା ଦେଶରେ ଜାରି ରହିଥିବା କରେନାର ଦ୍ବିତୀୟ ଲହରକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରଶ୍ନବାଣ କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏହା ସହିତ ଟିକାୟତଙ୍କ ଆଗାମୀ ଲକ୍ଷ୍ୟ ହେଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ୨୦୨୨ରେ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ନେତାମାନଙ୍କୁ, ଚାଷୀମାନେ ଏହି ସବୁ ପ୍ରଶ୍ନ ପଚାରିବେ ବୋଲି ଟିକାୟତ କହିଛନ୍ତି ।

ତେବେ ଯଦି ଉତ୍ତର ପ୍ରଦେଶ ନିର୍ବାଚନରେ ଚାଷୀମାନଙ୍କର ରଣନୀତି ସଫଳ ହୁଏ ତେବେ ତାହା କ୍ଷମତାରେ ଥିବା ବିଜେପି ପାଇଁ ଅସୁବିଧାର କାରଣ ହେବ । କାରଣ ଉତ୍ତର ପ୍ରଦେଶରେ ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ବେଶ ସକ୍ରିୟ ରହିଛି । ଯଦି ଚାଷୀମାନେ ଉତ୍ତର ପ୍ରଦେଶ ଜନସାଧାରଣଙ୍କୁ ନୂଆ କୃଷି ଆଇନ ବିରୁଦ୍ଧରେ ଯିବାକୁ ରାଜି କରାଇଦେବେ ତେବେ ତାହା ବିଜେପି ପାଇଁ ଅଡୁଆ ସୃଷ୍ଟି କରିବା ଏକ ରକମ ଥୟ ।

ସୂଚନାଯୋଗ୍ୟ, ୨୦୨୨ ଆରମ୍ଭରୁ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ବର୍ତ୍ତମାନ ଠାରୁ ୟୁପିରେ ସରଗରମ ହୋଇଗଲାଣି ରାଜନୀତି । ରାଜନୈତିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରମୁଖ ପ୍ରତିଦ୍ବନ୍ଦୀ । ବର୍ତ୍ତମାନ ଚାଷୀନେତାମାନଙ୍କ ଟାର୍ଗେଟକୁ ଆସିଯାଇଛି ବିଜେପି । ଏହାରି ମଧ୍ୟରେ ଯୋଗୀ ଆଦିତ୍ୟନାଥ ଆଗାମୀ ରଣନୀତି କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ।  

   Related Posts