Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

‘ବିଜେପି ପ୍ରାର୍ଥୀଙ୍କୁ ହରାଇପାରୁଥିବା ନେତାଙ୍କୁ ଭୋଟ୍‌ ଦିଅ’ : ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ଚାଷୀଙ୍କ ବ୍ଲୁ ପ୍ରିଣ୍ଟ୍‌

2/03/2021 at 8:25 PM

ନୂଆଦିଲ୍ଲୀ ୦୨/୦୩ : ନୂଆ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରୁଥିବା ବିଭିନ୍ନ ଚାଷୀ ସଂଗଠନ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବାକୁ ଅଣ୍ଟା ଭିଡିଛନ୍ତି । ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ପାଇଁ କଣ୍ଟା ହୋଇପାରନ୍ତି ଚାଷୀ । ମଙ୍ଗଳବାର ସିଙ୍ଘୁ ସୀମାରେ ହୋଇଥିବା ଏକ ସାଧାରଣ ବୈଠକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନିଷ୍ପତ୍ତି ନେଇଛି ଯେ, ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ଚାଷୀମାନେ ବିଜେପି ବରୋଧରେ ପ୍ରଚାର କରିବେ ।

ଭାରତୀୟ କିଷାନ ସଂଘ ନେତା ବଲବୀର ଏସ ରଜେଓ୍ବାଲା କହିଛନ୍ତି, ‘ପଶ୍ଚିମବଙ୍ଗ ଏବଂ କେରଳ ସମେତ ଯେଉଁ ରାଜ୍ୟମାନଙ୍କରେ ନିର୍ବାଚନ ହେବାର ଅଛି ସେହି ରାଜ୍ୟମାନଙ୍କୁ ଚାଷୀଙ୍କ ଟିମ୍‌ ପଠାଯିବ । ଆମେ କୌଣସି ପାର୍ଟିକୁ ସମର୍ଥନ କରୁନାହୁଁ । କିନ୍ତୁ ଜନସାଧାରଣଙ୍କୁ ଅପିଲ କରିବୁ ଯେ, ସେହିମାନଙ୍କୁ ଭୋଟ ଦିଅନ୍ତୁ ଯେଉଁମାନେ ବିଜେପି ପ୍ରାର୍ଥୀଙ୍କୁ ହରାଇପାରିବେ । ମୋଦି ସରକାରଙ୍କର ଚାଷୀମାନଙ୍କ ପ୍ରତି ଥିବା ବିଦ୍ବେଶକୁ ଆମେ ଜନସାଧାରଣଙ୍କୁ ବୁଝାଇବୁ।’

ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବି ଏବଂ ଏମ୍‌ଏସ୍‌ପି ସୁନିଶ୍ଚିତ ଦାବିରେ ଦୀର୍ଘଦିନ ହେଲା ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ସ୍ଥାନର ହଜାର ହଜାର ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ।

କୃଷି କ୍ଷେତ୍ରରେ ସୁଧାର ଆଣିବା ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ୩ଟି ନୂଆ ଆଇନ ଲାଗୁ କରିଥିଲେ କେନ୍ଦ୍ର ସରକାର । ନୂଆ ଆଇନ ଲାଗୁ ହେବା ପରେ ଫସଲ ବିକ୍ରି ଏବଂ ଏହାର ଉଚିତ ମୂଲ୍ୟ ଚାଷୀଙ୍କୁ ମିଳିବ ବୋଲି କେନ୍ଦ୍ର ସରକାର କହିଥିଲେ ଏବଂ ଦେଶର ଯେକୌଣସି ସ୍ଥାନରେ ନିଜର ଉତ୍ପାଦିତ ଫସଲକୁ ବିକ୍ରି କରିବା ପାଇଁ ଅନୁମତି ମିଳିବ ବୋଲି ଏହି ଆଇନ ବଳରେ ଚାଷୀଙ୍କୁ ବୁଝାଇଥିଲେ । କିନ୍ତୁ ଚାଷୀମାନେ ନୂଆ ୩ କୃଷି ଆଇନକୁ ପ୍ରତ୍ୟାହାର ଜିଦ୍‌​‌ରେ ଅଟଲ ଅଛନ୍ତି ।

   Related Posts