Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଚାଷୀ ସଂଗଠନରେ ଫାଟ ! ଆନ୍ଦୋଳନ ସମାପ୍ତ ଘୋଷଣା କଲେ ଦୁଇ କୃଷକ ସଂଗଠନ, ରାକେଶ ଟିକାୟତଙ୍କ ଉପରେ ଲଗାଇଲେ ଗମ୍ଭୀର ଆରୋପ

27/01/2021 at 5:12 PM

ନୂଆଦିଲ୍ଲୀ ୨୭।୦୧: ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡ, ଉତପାତ୍ ଓ ଅରାଜକତା ପରେ କୃଷକ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ନେତା ଭିଏମ ସିଂହ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇ ଆନ୍ଦୋଳନରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସେ ଆନ୍ଦୋଳନରୁ ଓହରୁଥିବା ଘୋଷଣା କରିଛନ୍ତି।

ଅନ୍ୟପଟେ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଠାକୁର ଭାନୁ ପ୍ରତାପ ସିଂହ ମଧ୍ୟ ନିଜକୁ ଆନ୍ଦୋଳନରୁ ଓହରିବା ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ଗତକାଲି ଦିଲ୍ଲୀରେ ଘଟିଥିବା ଏହି ଘଟଣାରେ ଦୁଃଖି ଓ ମର୍ମାହତ। ନିଜ ସଂଗଠନର ୫୮ ଦିନର ଆନ୍ଦୋଳନ ସମାପ୍ତ କରୁଥିବା ସେ ଘୋଷଣା କରିଛନ୍ତି।

ଭିଏମ ସିଂହ କହିଛନ୍ତି ଯେ, ଯେଉଁ ସାଥୀ ଏହି ଆନ୍ଦୋଳନରୁ ହଟିବାକୁ ଚାହୁଁଛନ୍ତି ହଟି ଯାଆନ୍ତୁ। ଆନ୍ଦୋଳନ ଯେଉଁ ପରି ଭାବେ ଚାଲିଛି ତାହା ମୋ ସହ ଚାଲିବ ନାହିଁ। ନା ଆମେ ଏଠାକୁ ସହିଦ ହେବାକୁ ଆସିଛୁ ନା ନିଜ ଲୋକଙ୍କୁ ମାଡ ଖୁଆଇବାକୁ  ଆସିଛୁ। ସେହି ଲୋକଙ୍କ ସହିତ ଆନ୍ଦୋଳନ ଚାଲି ପାରିବ ନାହିଁ, ଯାହାଙ୍କ ଦିଗ ଅଲଗା ରହିଛି।

ସେ କହିଛନ୍ତି ଯେ, ରାକେଶ ଟିକାୟତ ଥରୁଟିଏ ମଧ୍ୟ ଆଖୁ ଚାଷୀଙ୍କ କଥା ଉଠାଇ ନାହାନ୍ତି। ସେ ଧାନ ଖରିଫ ଫସଲ ଉପରେ କୌଣସି ଆଲୋଚନା କରି ନାହାନ୍ତି। ଆମେ ଏଠାରେ ସମର୍ଥନ କରି ଚାଲିଲୁ ଏବଂ ସେଠାରେ ଅନ୍ୟ କିଏ ନେତା ହେବାରେ ଲାଗିଲେ। ଏହା ଆମକୁ ମଞ୍ଜୁର ନୁହେଁ। ମୁଁ ଆନ୍ଦୋଳନ ଛିଡା କରାଇବାରେ କାମ କରିଛି। ମୁଁ କୃଷକଙ୍କୁ ଦିଲ୍ଲୀ ଆଣିବା ପାଇଁ କାମ କରିଛି। ଆମେ ଜାନୁଆରୀ ୨୬ରେ ନିଜକୁ, ଦେଶକୁ ଏବଂ ସମସ୍ତଙ୍କୁ ବଦନାମ କରିବାକୁ ଏଠାକୁ ଆସିନଥିଲୁ।

ଭିଏମ ସିଂହ କହିଛନ୍ତି, ଏହି ଘଟଣା ପାଇଁ ସରକାର ମଧ୍ୟ ଦାୟୀ। ଯେବେ କେହି ୧୧ଟା ପରିବର୍ତ୍ତେ ସକାଳ ୮ଟାରୁ ରାଲି ଆରମ୍ଭ କରୁଛି ତେବେ ସରକାର କଣ କରୁଥିଲେ। ଯେବେ ସରକାରଙ୍କୁ ଜଣାଥିଲା ଯେ, ଲାଲକିଲ୍ଲାରେ ପତାକା ଉଡାବା ପାଇଁ କିଛି ସଂଗଠନ କୋଟି କୋଟି ଟଙ୍କା ଦେବା କଥା  କହୁଥିଲେ, ସେତିକି ବେଳେ ସରକାର କଣ କରୁଥିଲେ।

ସେ କହିଛନ୍ତି, ହିନ୍ଦୁସ୍ଥାନର ଝଣ୍ଡା, ଗାରିମା ଓ ମର୍ଯ୍ୟାଦା ରଖିବା ସମସ୍ତଙ୍କ ଦାୟିତ୍ଵ। ଯଦି ସେହି ମର୍ଯ୍ୟାଦାକୁ ଭଙ୍ଗ କରାଯାଉଛି ତେବେ ଭାଙ୍ଗୁଥିବା ଲୋକ ଦାୟୀ ଏବଂ ଯିଏ ଭାଙ୍ଗିବାକୁ ଦେଲା ସେ ମଧ୍ୟ ଦାୟୀ। ଆଇଟିଓରେ ଯେଉଁ ସାଥୀ ସହିଦ ହେଲା, ତାଙ୍କୁ ନେଇକି ସେଠାକୁ ଯାଇଥିବା ଲୋକ ଏବଂ ତାଙ୍କୁ ଯିଏ ଉସୁକାଇଛି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି ଭିଏମ ସିଂହ କହିଛନ୍ତି।

   Related Posts